ରାଜନୀତିର ଲାଇଫ୍ ଲାଇନ୍ ପାଲଟିଲା ମହାନଦୀ ! ୪ଟି ଜିଲ୍ଲାରେ ହରତାଳ ଡାକରା ଦେଲା ବିଜେଡି

22

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପୁଣି ଆନ୍ଦୋଳନକୁ ଓହ୍ଲାଇବ ଶାସକ ବିଜେଡି । ଏହି ପ୍ରସଙ୍ଗରେ ଛତିଶଗଡ ଓ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ପ୍ରତିବାଦରେ କାଲି ୪ଟି ଜିଲ୍ଲାରେ ୪ ଘଂଟା ପାଇଁ ଶାନ୍ତିପୂର୍ଣ୍ଣ ହରତାଳ ଡାକରା ଦେଇଛି ଦଳ । ସମ୍ବଲପୁର, ବରଗଡ, ଝାରୁସୁଗୁଡା ଓ ସୋନପୁର ଜିଲାରେ କାଲି ସକାଳ ୬ଟାରୁ ଦିନ ୧୦ଟା ଯାଏଁ ଜିଲ୍ଲାବ୍ୟାପୀ ହରତାଳର ଆହ୍ୱାନ ଦିଆଯାଇଛି ।

ଆଜି ଅପରାହ୍ନରେ ସଂପୃକ୍ତ ଜିଲ୍ଲାରେ କେନ୍ଦ୍ର ଓ ଛତିଶଗଡର ଓଡିଶା ପ୍ରତି ଅବିଚାର ପ୍ରତିବାଦରେ ପଥପ୍ରାନ୍ତ ସଭା, ବାଇକ ରାଲି ଓ ଶୋଭାଯାତ୍ରା କରାଯାଇଛି । ଛତିଶଗଡର ଅପରିଣାମଦର୍ଶୀ ପଦକ୍ଷେପ ଓଡିଶା ପାଇଁ କାଳ ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି । ସେପଟେ ବିଜେପି କହିଛି, ମହାନଦୀକୁ ଯେତିକି ପାଣି ଆସିବା କଥା, ସେଥିରେ ବାଧାଦେବା ସପକ୍ଷରେ ଦଳ ନାହିଁ । ତେବେ ବିଜେଡି ଆନ୍ଦୋଳନ କରି ରାଜନୀତି କରୁଛି ବୋଲି ଦଳୀୟ ମୁଖପାତ୍ର କହିଛନ୍ତି ।