ମହାନଦୀରେ ଛତିଶଗଡ ବ୍ୟାରେଜ ନିର୍ମାଣ ପ୍ରସଙ୍ଗ : କାଲି ଛତିଶଗଡ ଯିବେ ହୀରାକୁଦ ଡ୍ୟାମର ୩ ବରିଷ୍ଠ ଅଧିକାରୀ

47

କନକ ବ୍ୟୁରୋ : ମହାନଦୀରେ ଛତିଗଡ ବ୍ୟାରେଜ ନିର୍ମାଣ ପ୍ରସଙ୍ଗ । ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତାକାଲି ହୀରାକୁଦ ଡ୍ୟାମର ୩ ଜଣ ବରିଷ୍ଠ ଅଧିକାରୀ ଛତିଶଗଡ ଗସ୍ତ କରିବେ । ଡକ୍ଟର ରମଣ ସିଂହ ସରକାରର ଜଳସମ୍ପଦ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ମହାନଦୀ ଓ ଏହାର ଶାଖା ନଦୀ ଉପରେ ଛତିଶଗଡ ନିର୍ମାଣ କରୁଥିବା ବିଭିନ୍ନ ପ୍ରକଳ୍ପର ରିପୋର୍ଟ ସଂଗ୍ରହ କରିବେ । ଏନେଇ ହୀରାକୁଦ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଗତକାଲି ଏକ ସମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗରେ ଛତିଶଗଡ ସରକାର ଓ କେନ୍ଦ୍ର ସରକାରଙ୍କ ସମାଲୋଚନା କରିଥିଲା ବିଜେଡି । ଏହାସହ ଆସନ୍ତାକାଲି ବିଜେଡି ପକ୍ଷରୁ ମହାନଦୀ ଅବବାହିକାରେ ଥିବା ୧୫ ଜିଲ୍ଲାର ଜିଲ୍ଲାପାଳ ଅଫିସ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି ମନ୍ତ୍ରୀ ସଂଜୟ ଦାସବର୍ମା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –