ବିଜେଡ଼ିର ମହାନଦୀ ମହାସଂଗ୍ରାମ ଅଭିଯାନ ! ସମ୍ବଲପୁରରେ ହେଲା ମହାନଦୀ ଆଳତି , ଯୋଗେଦେଲେ ହଜାର ହଜାର ସାଧାରଣ ଲୋକ

20

କନକ ବ୍ୟୁରୋ : ବିଜେଡି ଚଳାଇଛି ମହାନଦୀ ମହାସଂଗ୍ରାମ । ଗତକାଲି ଝାରସୁଗୁଡା ଶୁଖାସୋଢାରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନର ଶୁଭାରମ୍ଭ କରିଛି ବିଜେଡି । ଏହା କ୍ରମରେ ଆଜି ମହାନଦୀରେ ହୋଇଛି ମହାନଦୀ ଆଳତୀ । ମହାନଦୀ ଓଡିଶାର ଜୀବନ ରେଖା । ଏହି ନଦୀ ଓଡିଶା ଜୀବନ ଜୀବିକା ସହ ଯୋଡା ହୋଇଥିବାରୁ ଏହା ରାଜ୍ୟର ଗଙ୍ଗା । ତେଣୁ ଏହାର ଆରାଧନା ବୋଲି କହିଛନ୍ତି ବିଜେଡି ନେତା ।

ଆଜି ସମ୍ବଲପୁର ସହରରେ ଥିବା ମାରବାଡି ଘାଟ ଠାରେ ଏହି ଆଳତି କରାଯାଇଛି । ଏଥିରେ ଦଳୀୟ ନେତାଙ୍କ ସମେତ ବହୁ ସଂଖ୍ୟାରେ ସାଧାରଣ ଲୋକ ମଧ୍ୟ ସାମିଲ ହୋଇଥିଲେ । ଛତିଶଗଡ ମହାନଦୀ ପାଣିକୁ ଅଟକାଇବା ପରେ ଏହାକୁ ନେଇ ଆନ୍ଦୋଳନକୁ ଜୋରଦାର କରୁଛି ବିଜେଡି ।