ଆଜି ମହାନବମୀ : ଜଗତଜନନୀଙ୍କ ସ୍ୱତନ୍ତ୍ର ପୂଜା ନୀତି,ମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

40

କନକ ବ୍ୟୁରୋ : ଦଶହରା ପାଇଁ ଉତ୍ସବ ମୁଖର ସମଗ୍ର ପରିବେଶ । ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଜଗତଜନନୀ ମା’ ଦୁର୍ଗା । ରଂଗୀନ ଆଲୁଅ, ସାଜସଜ୍ଜା ଓ ସୁଉଚ୍ଚ ତୋରଣରେ ଝଲସି ଉଠୁଛି ପୂଜା ମଣ୍ଡପ । ବଙ୍ଗୀୟ ଓ ଉତ୍କଳୀୟ ପରମ୍ପରା ମୁତାବକ ଚାଲିଛି ଦୁର୍ଗତି ନାସିନୀ ମା ଦୁର୍ଗାଙ୍କର ପୂଜାର୍ଚ୍ଚନା ।

ସବୁଠି ଚାଲିଛି ମା’ଙ୍କ ଆବାହନ । ଶକ୍ତିପୀଠରେ ମା’ଙ୍କର ଦଶମୀ ପୂଜା କରାଯାଉଥିବା ବେଳେ ପୂଜା ମଣ୍ଡପରେ ଚାଲିଛି ଶକ୍ତିସ୍ୱରୂପିଣୀଙ୍କର ମହାନବମୀ । ମହାପାର୍ବଣକୁ ରଙ୍ଗିନ କରିଛି ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁସଜ୍ଜିତ ଆଲୋକ ମାଳା । ଭିନ୍ନ ଭିନ୍ନ ଢଙ୍ଗରେ ତିଆରି ହୋଇଥିବା ସୁଉଚ୍ଚ ତୋରଣ ପୂଜା ମଣ୍ଡପଗୁଡିକର ଶୋଭାକୁ ଦ୍ୱିଗୁଣିତ କରୁଛି ।

ମାଙ୍କ ମୃଣ୍ମୟୀ ମୂର୍ତୀକୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଆଜି ମା’ଙ୍କର ମହାନବମୀ ପୂଜା ହୋଇଥିବାରୁ ରାଜଧାନୀ ଭୁବନେଶ୍ୱର ସମେତ କଟକ ସହରର ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା ଚାଲିଛି । ରାଜ୍ୟର ସମଗ୍ର ପୁରପଲ୍ଲୀରେ ମହାସମାରୋହରେ ପାଳିତ ହେଉଛି ଶାରଦୀୟ ଦୁର୍ଗା ପୂଜା।