ପବିତ୍ର ମହାଳୟା : ମା ସମଲେଶ୍ୱରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦେଇଛନ୍ତି ଦର୍ଶନ

67

କନକ ବ୍ୟୁରୋ : ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ମା ସମଲେଶ୍ୱରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହି ବେଶ ମାଙ୍କ ଅଢେଇ ଦିନ ପାଇଁ ରହିଥିବାବେଳେ ଅଢେଇ ଦିନ ପରେ ପୁଣି ଥରେ ମା’ଙ୍କ ବେଶ ପରିବର୍ତନ କରାଯିବାର ପରମ୍ପରା ରହିଛି ।

ଭକ୍ତଙ୍କ ବିଶ୍ୱାସ ତଥା କିମ୍ବଦନ୍ତୀରୁ ଜଣାପଡେ ମହାଳୟରେ ଗଙ୍ଗା ନଦୀରେ ସ୍ନାନ କଲେ ଓ ଗଙ୍ଗା ମାତାଙ୍କ ଦର୍ଶନ କଲେ ପିତୃ ପୁରୁଷ ମୁକ୍ତି ପାଇଥାନ୍ତି । ସେହିଭଳି ଆଜି ସମଲେଶ୍ୱରୀ ମା ଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗା ସ୍ନାନ ଭଳି ପୁଣ୍ୟ ମିଳିବା ସହିତ ପିତୃ ପୁରୁଷ ମୁକ୍ତି ପାଆନ୍ତି ବୋଲି କିମ୍ବଦନ୍ତୀ କହେ । ଆଜି ମା’ଙ୍କ ଠାରେ ସ୍ୱତନ୍ତ୍ର ଭାବରେ ବିରି ଓ ଗୁଡରେ ତିଆରି ଭୋଇ ଲଗାଯାଇଛି । ସକାଳୁ ଭକ୍ତମାନଙ୍କ ଲମ୍ବା ଲାଇନରେ ଠିଆ ହୋଇ ମା ଙ୍କ ଦର୍ଶନ କରିଥିଲେ । ଭକ୍ତଙ୍କ ସମାଗମକୁ ଦେଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –