ଶ୍ରୀଲିଙ୍ଗରାଜଙ୍କ ପୀଠରେ ଉଠିଲା ମହାଦୀପ । ଶିବ ଧ୍ୱନିରେ ପ୍ରକମ୍ପିତ ହେଲା ଏକାମ୍ର କ୍ଷେତ୍ର, ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ନୀତିକ୍ରାନ୍ତି ।

231

କନକ ବ୍ୟୁରୋ : ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଉଠିଲା ମହାଦୀପ । ଶ୍ରୀଲିଙ୍ଗରାଜଙ୍କ ବେଢା ପରିକ୍ରମା କରିବା ପରେ ମହାଦୀପ ଉଠିଛି । ନୀତିକ୍ରାନ୍ତି ସୁରୁଖୁରୁରେ ଶେଷ ହୋଇଥିବାରୁ ନିର୍ଦ୍ଧାରିତ ସମୟ ଅନେକ ପୂର୍ବରୁ ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ମହାଦୀପ ଉଠିଛି । ମହାଦୀପର ଏହି ପବିତ୍ର ମୂହୂର୍ତର ସାଖୀ ବନିଛନ୍ତି ମନ୍ଦିର ପ୍ରାଙ୍ଗଣରେ ଥିବା ଶହ ଶହ ଶ୍ରଦ୍ଧାଳୁ । ମହାଦୀପ ଉଠିବା ସମୟରେ ମନ୍ଦିର ପରିସର ଶିବ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଛି। ହରିବୋଲ, ହୁଳହୁଳି ଏବଂ ହରହର ମହାଦେବ ଧ୍ୱନିରେ ମନ୍ଦିର ଉତ୍ସବ ମୁଖର ହୋଇଛି।

ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ ଭୋର ସକାଳୁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଉପବାସଧାରୀ ଶ୍ରଦ୍ଧାଳୁମାନେ ମନ୍ଦିର ପ୍ରାଙ୍ଗରେ ଦୀପ ଜାଳି ଉପାସନା କରିଥିଲେ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମେତ ରାଜ୍ୟ ଓ ଦେଶର ବିଭିନ୍ନ ଶିବାଳୟ ଗୁଡ଼ିକରେ ଆଜି ଦେଖିବାକୁ ମିଳିଥିଲା ସମାନ ଚିତ୍ର । ବିଶ୍ୱାସ ରହିଛି ଶିବରାତ୍ରୀ ଦିନ ଉପାସ ରହି ଶିବ ଆରାଧନା କଲେ ମହାପ୍ରଭୁଙ୍କ ଆଶୀର୍ବାଦ ମିଳିଥାଏ ।