୫ଶହ ଫୁଟ ତଳକୁ ଖସିଲା ଯାତ୍ରୀବାହୀ ବସ୍ : ବସରେ ଥିବା ୩୩ ଯାତ୍ରୀଙ୍କ ମୃତ୍ୟୁ ସୂଚନା, ଦୋପୋଲି କୃଷି ବିଶ୍ୱବିଦ୍ୟାଳୟରରୁ ରାୟଗଡ ଯାଉଥିଲା ବସ

54

କନକ ବ୍ୟୁରୋ: ମହାରାଷ୍ଟ୍ରର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ମହାବଳେଶ୍ୱରରେ ଶନିବାର ଏକ ପିକ୍‌ନିକ୍‌ ବସ୍‌ ଭୟାବହ ଦୁର୍ଘଟଣାର ଶିକାର ହୋଇଛି।  ଛୁଟିରେ ପିକ୍‌ନିକ୍‌ କରିବାକୁ ଆସିଥିବା ୩୩ଜଣ ଯାତ୍ରୀ ଏହି ବସ୍‌ରେ ମହାବଳେଶ୍ୱର ଯାଉଥିଲେ। ବସ୍‌ଟି ପାହାଡ ରାସ୍ତାର ଦେଇ ଯାଉଥିବା ସମୟରେ ହଠାତ୍‌ ୫୦୦ଫୁଟ ତଳ ଘାଇକୁ ଖସି ପଡ଼ିଛି। ଏହି ଦୁର୍ଘଟଣା ଏତେ ଭୟାବହ ଥିଲା କି ଘଟଣାସ୍ଥଳରେ ୩୩ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ପୋଲଡପୁରରେ ବସ୍‌ ଘାଇକୁ ଘସି ପଡ଼ିବା ହେତୁ ବସ୍‌ରେ ଥିବା ୩୩ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ରିପୋର୍ଟ ଅନୁସାରେ, ମୃତକମାନେ  ଏକ କୃଷି ବିଭାଗର ବିଦ୍ୟାପୀଠରେ କାମ କରୁଥିଲେ ଓ ଛୁଟିରେ ସେମାନେ ପିକ୍‌ନିକ୍‌ କରିବାକୁ ଆସିଥିଲେ। ସକାଳ ପ୍ରାୟ ୧୦ଟା ବେଳେ ଅମ୍ବେନଳର ନିକଟରେ ଏକ ପାହାଡ ରାସ୍ତା ଦେଇ ଯାଉଥିବା ସମୟରେ ଏହି ବସ୍‌ଟି ଘାଇକୁ ଖସି ପଡ଼ିଥିଲା।

ତେବେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଘନ କୁହୁଡି ହେତୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।