ମାର୍ଗଶିର ଗୁରୁବାରରେ ଶ୍ରୀମନ୍ଦିରରେ ଶ୍ରୀହୀନ ହେଲେ ମହାଲକ୍ଷ୍ମୀ ! ବିନା ମୁକୁଟରେ ପୂଜା ପାଇଲେ ଅନ୍ନଦାତ୍ରୀ

69

କନକ ବ୍ୟୁରୋ : ମାର୍ଗଶୀର ଗୁରୁବାରରେ ଶ୍ରୀହୀନ ହେଲେ ମହାଲକ୍ଷ୍ମୀ । ବିନା ମୁକୁଟରେ ପୂଜା ପାଇଲେ ଅନ୍ନଦାତ୍ରୀ । ଶ୍ରୀମନ୍ଦିରରେ ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । । ଆଜି ମା’ଙ୍କ ସୁନାବେଶ କିନ୍ତୁ ମାଙ୍କ ମସ୍ତକରେ ସ୍ୱର୍ଣ୍ଣ ମୁକୁଟ ନାହିଁ । ଯାହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ୨୦୧୬ରୁ କିରିଟି ଭାଙ୍ଗିଯାଇଥିବା ବେଳେ ତାକୁ ୨ ମାସ ତଳେ କଢାଯାଇ ଜଉ ଲଗାଇ ରଖାଯାଇଛି । ହେଲେ ତାହା ଭଙ୍ଗାହୋଇଥିବାରୁ ଲଗାଯାଇନାହିଁ ।

ଅନ୍ୟପଟେ ପୂର୍ବରୁ ମଧ୍ୟ ମାଆଙ୍କ ମନ୍ଦିରର ପାଳିଆ ସେବାୟତ କିରିଟିକୁ ନେଇ ନିଜ ପାଖରେ ରଖୁଥିଲେ । ଆଉ ତାହା ଭାଙ୍ଗିଯିବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ନଜଣାଇ କାଢିଦେଇଛନ୍ତି । ମନ୍ଦିର ପ୍ରଶାସନକୁ ଚିଠି ଲେଖିବା ପରେ କିରିଟିକୁ ଜଉମୁଦ ଦିଆଯାଇ ଶ୍ରୀମନ୍ଦିର ପ୍ରଶାସନ ନିଜ ଅକ୍ତିଆରରେ ରଖିଛି । ତେବେ ଏହି କିରିଟିର ମାଲିକାନାକୁ ନେଇ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଭିତରେ ବିବାଦ ଚାଲିଥିବା ବେଳେ ଆଜିର ଦିନରେ ମାଙ୍କ ମସ୍ତକ ଖାଲି ଦେଖି ଭକ୍ତ ଦୁଃଖ ପ୍ରକାଶ କରିଛନ୍ତି ।

ଗତ ଦୁଇ ଦୁଇଦିନ ପୂର୍ବେ ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଲାଗିଥିଲା । ତେବେ ମାର୍ଗଶିର ଗୁରୁବାରରେ ମହାଲକ୍ଷ୍ମୀଙ୍କ ମୁଣ୍ଡରେ ମୁକୁଟ ନ ରହିବା ଭକ୍ତଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି ।