ବିଜେପୁର ମ୍ୟାଜିକ,ଏବେ ଯାଦୁଗରଙ୍କ ପାଳି ! ବିଜେପିର ମ୍ୟାଜିସିଆନ, ବିଜେଡିର ମ୍ୟାଜିସିଆନ । କାହା ମ୍ୟାଜିକ ଜିତିବ ବାଜି ?

40

କନକ ବ୍ୟୁରୋ : ନିର୍ବାଚନୀ ପ୍ରଚାରରେ ମ୍ୟାଜିସିଆନ୍ । ବୋଧହୁଏ ମାଳମାଳ ନେତା, ମନ୍ତ୍ରୀଙ୍କ ପ୍ରଚାରକୁ ଭରସା କରିପାରୁ ନାହାନ୍ତି ବିଜେଡି ଓ ବିଜେପି । ଗାଁ ଦାଣ୍ଡରେ ସିନେ ତାରକାଙ୍କ ପ୍ରଚାର ବି ପ୍ରଭାବହୀନ । ସେଥିପାଇଁ ଖୋଜାପଡୁଛି ଯାଦୁଗର । ବିଜେପୁର ଉପନିର୍ବାଚନ ଜିତିବାକୁ ଏବେ ମ୍ୟାଜିସିଆନଙ୍କୁ ଭରସା କରିଛନ୍ତି ଦୁଇ ପ୍ରମୁଖ ରାଜନୈତିକ ଦଳ ।

Bijepur ନିର୍ବାଚନୀ ପ୍ରଚାର ମଂଚରେ ନେତାଙ୍କ ବଦଳରେ ଯାଦୁଗର । ହେଲେ କାହିଁକି? କାରଣ ଏବେ ବିଜେପୁର ଗଡ ଜିତିବା ପାଇଁ ଏବେ ଯାଦୁଗରଙ୍କୁ ନିର୍ବାଚନୀ ପ୍ରଚାରରେ ସାମିଲ କରାଗଲାଣି । କାଳେ ଏହି ମ୍ୟାଜିସିଆନ ଦେଖାଉଥିବା ମ୍ୟାଜିକ ଭଳି ବିଜେପୁର ବାସୀ କିଛି ମ୍ୟାଜିକ କରିଦେବେ । ଏହିଭଳି ଭାବେ ଆଜି ନିର୍ବାଚନୀ ମଞ୍ଚ ଉପରେ ହାତସଫେଇର ଖେଳ ଦେଖାଇଛନ୍ତି ଜଣେ ଯାଦୁଗର । ଏକ ସୂତାକୁ ହଲାଇ ବିଜେପି ପତାକାରେ ପରିବର୍ତନ କରିଦେଉଛନ୍ତି ମ୍ୟାଜିସିଆନ ଜଣକ । କେବଳ ଏତିକି ନୁହେଁ ଏମିତି ଭଳିକିଭଳି ହାତସଫେଇର ଖେଳ ଦେଖାଉଛନ୍ତି । ବିଜେପୁରରେ ଯାଦୁଗରଙ୍କ ଏଭଳି ଚମକ୍ରାର ଖେଳ ଲୋକଙ୍କୁ ସଭାମଂଚ ନିକଟକୁ ଟାଣିଆଣିବାରେ ସହାୟକ ହେଉଛି । ହେଲେ ପ୍ରଶ୍ନ ଉଠୁଛି ମ୍ୟାଜିସିଆନଙ୍କ ମ୍ୟାଜିକ କାମ କରିବ ତ? ବିଜେପିର ବିଜେପୁର ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ଜିତାଇବାରେ କି ଭୂମିକା ନେବ?

କିଛିଦିନ ତଳେ ସମାନ ଢଙ୍ଗରେ ମ୍ୟାଜିକ ଖେଳର ଆୟୋଜନ କରିଥିଲା ବିଜେଡି । ଦଳର ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଖେଳ ଦେଖାଉଥିଲେ ଜଣେ ମ୍ୟାଜିସିଆନ । ଏକ ୫ଶହ ଟଙ୍କିଆ ନୋଟକୁ ବିଜେଡି ପତାକାରେ ପରିବର୍ତନ କରି ଦେଖାଉଥିଲେ ଚମକ୍ରାର ଖେଳ । ଯାହା ବିଜେଡି ଶିବିରକୁ ଲୋକଙ୍କୁ ଆକୃଷ୍ଟ କରିବାରେ ବି ବେଶ ସହାୟକ ହୋଇଥିଲା । ହେଲେ ଏଠି ମଧ୍ୟ ସେହି ସମାନ ପ୍ରଶ୍ନ, ଯାଦୁଗରଙ୍କ ଏହି ଚମକ୍ରାର ଖେଳ ଦେଖି କଣ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ଭୋଟ୍ ଦେବେ ଲୋକେ ?

Bijepur Magic2ଉଭୟ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ପାଇଁ ବିଜେପୁର ପ୍ରଚାର ମୈଦାନରେ ମାଳମାଳ ନେତା ଓ ମନ୍ତ୍ରୀ । ସିନେ ତାରକାଙ୍କ ପଟୁଆର ବାହାରୁଛି ପ୍ରତିଦିନ । ଯେଉଁମାନଙ୍କୁ କେବଳ ଟିଭି ପରଦାରେ ଦେଖୁଥିଲେ ବିଜେପୁର ବାସୀ, ସେମାନେ ଏବେ ଘରକୁ ଆସୁଛନ୍ତି । ତଥାପି ଷ୍ଟାର ପ୍ରଚାରକଙ୍କ ଉପରେ ଭରସା କରିପାରୁ ନାହାନ୍ତି ଦୁଇ ପ୍ରମୁଖ ରାଜନୈତିକ ଦଳ । ଆଉ ସେଥିପାଇଁ ଏଭଳି ମ୍ୟାଜିସିଆନଙ୍କୁ ଡାକି ନିର୍ବାଚନୀ ପ୍ରଚାର ବେଳେ ଯାଦୁ ଦେଖାଉଛନ୍ତି କି ଦୁଇ ଦଳ । ଆଶା କରୁଛନ୍ତି କିଛି ମ୍ୟାଜିକ ହେବ, ଆଉ ଜିତିଯିବେ ସେମାନଙ୍କ ପ୍ରାର୍ଥୀ?