ମାଟି ହାଣ୍ଡି କରୁଛି ଭବିଷ୍ୟବାଣୀ ! ଜାଣନ୍ତୁ ଭାରତର କେଉଁଠି ଘଟୁଛି ଏଭଳି ଚମତ୍କାରୀ ଘଟଣା ।

80

ମହାରାଷ୍ଟ୍ର ବୁଲଦାନା ଜିଲ୍ଲାର ଏକ ଗ୍ରାମରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଅବସରରେ ଘଟ ରଚନା କରାଯାଇଥିଲା । ଏଥିରେ ଚମତ୍କାରୀ ହାଣ୍ଡି ଜରିଆରେ ଚନ୍ଦ୍ରଭାନ ମହାରାଜଙ୍କର ଉତ୍ତରାଧିକାରୀ ପୂଜାଜୀ ମହାରାଜ ବାଘ ଏବଂ ତାଙ୍କ ସହଯୋଗୀ ସାରଙ୍ଗଘର ପାଟିଲ ମହାରାଜ, ଚାଷୀମାନଙ୍କ ଆଗରେ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ଯେ, ନୋଟବନ୍ଦୀ କାରଣରୁ ଗତ ବର୍ଷ ଦେଶରେ ଆର୍ଥିକ ସଙ୍କଟ ରହିଥିଲା । ତେବେ ଖୁବ ଶୀଘ୍ର ଦେଶର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବା ସହ ଫସଲର ସ୍ଥିତି ସାମନ୍ୟ ରହିବ ।

ସେ କହିଛନ୍ତି ଯେ, ଆଗାମୀ ମୃଗ ନକ୍ଷତ୍ରରେ ଜୁନ ମାସରେ ସ୍ୱଳ୍ପ ବର୍ଷା ହେବ । ସେହିପରି ଜୁଲାଇ ମାସରେ ଜୁନ ମାସ ଅପେକ୍ଷା ଅଧିକ ବର୍ଷା ହେବ ଏବଂ ଅଗଷ୍ଟରେ ସାମାନ୍ୟ ବର୍ଷା ହେବ । ତେବେ ସେପ୍ଟେମ୍ବର ସାମରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ହେବା ଦ୍ୱାରା ଫସଲରେ ଅନେକ କ୍ଷୟକ୍ଷତି ହେବ । ତେବେ ଖରିଫ ରୁତୁରେ ବି ବର୍ଷାର ପରିମାଣ କମ ରହିବ । ହରଡ, ବିରି, ବାଜରା, ଗହମ, ଚଣା ଆଦିର ଫସଲ ସାମାନ୍ୟ ରହିବ । ତେବେ ଗହମ ଫସଲ ରବି ରୁତୁରେ ସାମାନ୍ୟ ରହିବ ।

ସୂଚନା ଅନୁଯାୟୀ, ପ୍ରତିବର୍ଷ ଅକ୍ଷୟ ତୃତୀୟା ଦିନ ସନ୍ଧ୍ୟାରେ ପୂଜାଜୀ ମହାରାଜ, ସାରଙ୍ଗଘର ମହାରାଜ ନିଜ ଅନୁଗାମୀଙ୍କ ସହ ଚନ୍ଦ୍ରଭାନ ମହାରାଜଙ୍କ ଜୟ ଜୟକାର କରି ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା କ୍ଷେତକୁ ଯାଇଥାନ୍ତି । ଏବଂ ସେଠାରେ ମାଟିର ଗୋଲ ଗୋଲ ପିଣ୍ଡୁଳା ତିଆରି କରି ମଝିରେ ଏକ ଗାତ କରିଥାନ୍ତି । ଏଥିରେ ବର୍ଷାର ଚାରି ମାସର ପ୍ରତୀକ ଅନୁଯାୟୀ ମାଟିର ଚାରୋଟି ଗୋଲା ରଖାଯାଇଥାଏ । ଏବଂ ଏହା ଉପରେ ମାଟି ହାଣ୍ଡି ରଖାଯାଏ । ଏହି ହାଣ୍ଡି ଉପରେ ଚାଉଳ, ପାମ୍ପଡ, ପୁରୀ ଆଦି ଅନେକ ଖାଦ୍ୟ ପଦାର୍ଥ ରଖାଯାଇଥାଏ । ଏହା ପରେ ମାଟି ହାଣ୍ଡିରେ ଗୋଲାକାର ପଦ୍ଧତିରେ ୧୮ ପ୍ରକାରର ଅନାଜ ରଖାଯାଇଥାଏ ।

ଅନାଜ ଏବଂ ଖାଦ୍ୟପଦାର୍ଥର ବ୍ୟବହାର କରି ଏହି ଘଟ ରଚନାରେ ହୋଇଥିବା ପରିବର୍ତ୍ତନର ଆଧାରରେ ପରଦିନ ସକାଳୁ ନିରୀକ୍ଷଣ କରାଯିବା ପରେ ଭବିଷ୍ୟବାଣୀ କରାଯାଇଥାଏ ।