ଖୋଲାରେ ମଳତ୍ୟାଗ କଲେ ୭୫,୦୦୦ଟଙ୍କା ଜରିମାନା !

47

ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାର ଏକ ଗ୍ରାମ ପଞ୍ଚାୟତ ଗ୍ରାମର ଏକ ପରିବାର ଉପରେ ଖୋଲାରେ ମଳତ୍ୟାଗ କରୁଥିବା ନେଇ ୭୫,୦୦୦ ଟଙ୍କାର ଜରିମାନା କରାଯାଉଛି । ରମ୍ଭାଖେଡ଼ି ଗ୍ରାମ ପଞ୍ଚାୟତ ମଧ୍ୟ ଖୋଲାରେ ମଳତ୍ୟାଗ ବନ୍ଦ କରିବାପାଇଁ ଗ୍ରାମର ୪୩ ପରିବାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଗୋଟିଏ ମାସ ପୂର୍ବରୁ ଉକ୍ତ ପରିବାରକୁ ଖୋଲାରେ ମଳତ୍ୟାଗ ବନ୍ଦ କରିବାକୁ କୁହାଯାଇଥିଲା ।

କିନ୍ତୁ ସେମାନେ ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ଫଳରେ ଗତକାଲି ୧୦ ଜଣିଆ ସଦସ୍ୟ ବିଶିଷ୍ଟ ଏହି ପରିବାର ଉପରେ ୭୫,୦୦୦ ଟଙ୍କା ଜରିମାନା ଲାଗୁ କରାଯାଇଛି । ଘରର ପ୍ରତ୍ୟେକ ସଦସ୍ୟଙ୍କ ପିଛା ଦିନକୁ ୨୫୦ ଟଙ୍କା ହିସାବରେ ଗୋଟିଏ ମାସ ପାଇଁ ଜରିମାନା ଲାଗୁ କରାଯାଇଛି । ଗ୍ରାମ ସରପଞ୍ଚ ରାମରତି ବାଇ କହିଛନ୍ତି ଯେ, ପରିବାର ସଦସ୍ୟ ସେମାନଙ୍କ ଘରେ ନିର୍ମାଣ ହୋଇଥିବା ଶୌଚ୍ଚାଳୟର ବ୍ୟବହାର ନକରି ଖୋଲାରେ ମଳତ୍ୟାଗ କରିଥିବା ହେତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।