ପୁଣି ଥରେ ମା’ ହେବେ ମନ୍ଦିରା ବେଦୀ ! ଫେସବୁକ ଜରିଆରେ କଲେ ଖୁଲାସା

47

ଟେଲିଭିଜନ ଓ ସିନେମାରେ ନିଜର ଜଲୱା ଦେଖାଇଥିବା ଅଭିନେତ୍ରୀ ମନ୍ଦିରା ବେଦୀ ଏବେ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି । ସେ ୪୫ ବର୍ଷ ବୟଷରେ ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବୋଲି ନିଜେ ଖୁଲାସା କରିଛନ୍ତି । ମନ୍ଦିରାଙ୍କ କହିବା ଅନୁସାରେ ପୁଅ ବୀର ପାଇଁ ଭଉଣୀ ଦରକାର ।

ଏଥିନେଇ ମନ୍ଦିରା ଓ ତାଙ୍କ ପତି ରାଜ କୌଶଲ ଏକ ଝିଅ ପୋଷ୍ୟ କରିବା ପାଇଁ ଯାଉଛନ୍ତି । ମନ୍ଦିରାଙ୍କ ପତି ରାଜ ଫେସବୁକରେ ଏହି ଯୋଜନା ବିଷୟରେ ଖୁଲାସା କରିଛନ୍ତି । ଖବର ଅନୁସାରେ ମନ୍ଦିରା ଓ ରାଜ୨/୪ ବର୍ଷର ଏକ ଶିଶୁ କନ୍ୟାକୁ ପୋଷ୍ୟ କରିବା ପାଇଁ ଚାହୁଁଛନ୍ତି ।

ସେମାନେ ବହୁତ ଆଗରୁ ଏନେଇ ପ୍ରକିୟା ଆରମ୍ଭ କରିଦେଇଥିଲେ । କିନ୍ତୁ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ବହୁତ ସମୟ ଲାଗେ ବାଲି କହିଛନ୍ତି ମନ୍ଦିରା । ମନ୍ଦିରା ପୋଷ୍ୟପୁତ୍ରୀ ଗ୍ରହଣ କରିବା ପୂର୍ବରୁ ତା’ର ନାଁ ମଧ୍ୟ ବାଛି ସାରିଛନ୍ତି ବୋଲି କହିଛନ୍ତି ।