ମଧ୍ୟପ୍ରଦେଶ ମନ୍ଦସୋରରେ ପୋଲିସ ଗୁଳିରେ ଚାଷୀ ମୃତ୍ୟୁ ଘଟଣା ! ଉଗ୍ର ରୂପ ଧାରଣ କଲା ଆନ୍ଦୋଳନ

24

କନକ ବ୍ୟୁରୋ : ମଧ୍ୟପ୍ରଦେଶ ମନ୍ଦସୋରରେ ପୋଲିସ ଗୁଳିରେ ଚାଷୀ ମୃତ୍ୟୁ ପରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି । ମନ୍ଦସୋର ଜିଲ୍ଲାପାଳଙ୍କୁ ବରଖେଡା ପନ୍ତରେ ଉତ୍ୟକ୍ତ ଚାଷୀ ମାଡ଼ ମାରିଛନ୍ତି । କଲେକ୍ଟର ଆନ୍ଦୋଳନରତ ଚାଷୀଙ୍କୁ ବୁଝାସୁଝା କରିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି । ଏହି ଘଟଣା ପରେ ମନ୍ଦସୋର ଅଂଚଳରେ କର୍ଫ୍ୟୁ ଲଗାଯିବା ସହ ୧୪୪ ଧାରା ଜାରି କରାଯାଇଛି । ମଙ୍ଗଳବାର ଘଟଣା ପରେ ଏବେବି ପରିସ୍ଥିତି ଅଶାନ୍ତ ରହିଛି ।

ସେପଟେ ଭୋପାଲ-ଇନ୍ଦୌର ହାଇୱେରେ ପ୍ରାୟ ୩୦ଟି ଗାଡିକୁ ବିକ୍ଷୋଭକାରୀ ପୋଡି ଦେଇଛନ୍ତି । ଚାଷୀ ମୃତ୍ୟୁ ଘଟଣାକୁ ନେଇ ମଧ୍ୟପ୍ରଦେଶରେ ରାଜନୀତି ଜୋର ଧରିଛି । ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ବନ୍ଦ ଡାକରା ଦେଇଛି । ସେପଟେ ଏହି ଘଟଣାରେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଏହା କଂଗ୍ରେସର ସୁପରିକଳ୍ପିତ ଷଡଯନ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ।