ଆରକ୍ଷୀ ପରୀକ୍ଷଣ ପ୍ରକ୍ରିୟା ଚାଲିଥିବା ବେଳେ ଅନୁସୂଚିତ ଜାତି ଏବଂ ଜନଜାତି ପ୍ରତିଯୋଗୀଙ୍କ ଛାତିରେ ଲେଖାହେଲା ଏସସି/ଏସଟି !

113

ନିକଟରେ ମଧ୍ୟପ୍ରଦେଶରେ କନେଷ୍ଟବଳ ପଦବୀ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ଏହି ସମୟରେ ପ୍ରତିଯୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ପ୍ରକ୍ରିୟା ଚାଲିଥିବା ସମୟରେ ଏକ ଲଜ୍ଜାଜନକ ଘଟଣା ଘଟିଥିଲା । ପ୍ରତିଯୋଗୀଙ୍କ ମଧ୍ୟରେ ସବୁ ବର୍ଗର ପିଲା ଥିଲେ । କିନ୍ତୁ ସ୍ୱାସ୍ଥ୍ୟ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଅନୁସୂଚିତ ଜାତି ଏବଂ ଜନଜାତିର ପ୍ରତିଯୋଗୀଙ୍କ ଦେହରେ କଲମରେ ଏସସି ଏବଂ ଏସଟି ଲେଖି ଦିଆଗଲା । ଏହି ମାମଲା ଉଗ୍ର ରୂପ ଧରିବାରୁ ଗୃହମନ୍ତ୍ରୀ ଭୁପେନ୍ଦ୍ର ସିଂହ ଏହାର ଜାଞ୍ଚ୍ କରିବାକୁ ଆଦେଶ ନେଇଛନ୍ତି ।

ମଧ୍ୟପ୍ରଦେଶର ଧାର ଜିଲ୍ଲାରେ କନେଷ୍ଟବଳଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ନିକଟରେ ଏହି ଜିଲ୍ଲାରେ କନେଷ୍ଟବଳ ପଦବୀ ପାଇଁ ବିଭିନ୍ନ ପରୀକ୍ଷଣ ଚାଲିଥିବାବେଳେ ଏଭଳି ଦୃଶ୍ୟ ଅନ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ଅସନ୍ତୋଷ ଆଣିଦେଇଥିଲା ।

ଏହି ପ୍ରତିଯୋଗୀଙ୍କ ଶାରିରୀକ ପରୀକ୍ଷଣ ଜିଲ୍ଲା ଡାକ୍ତରଖାନାରେ ହେଉଥିବାବେଳେ ଏସସି ଏବଂ ଏସଟି ବର୍ଗର ପ୍ରତିଯୋଗୀଙ୍କୁ ଚିହ୍ନଟ କରିବା ପାଇଁ ଡାକ୍ତରଖାନା ତରଫରୁ ଏଭଳି ପଦକ୍ଷେପ ନିଆଯାଇଥିଲା ।