ମଦ ବୋତଲ କରୁଛନ୍ତି ଭୋଟ୍ ପାଇଁ ଅପିଲ ! ମଦ ବୋତଲ ଜରିଆରେ ଲୋକଙ୍କ ଠାରୁ ଏଭଳି ଭାବେ ଭୋଟ୍ ପାଇଁ କରାଯାଉଥିଲା ଅନୁରୋଧ, ଜାଣନ୍ତୁ କେଉଁଠି

42

ଆଗକୁ ଆସୁଛି ବିଧାନସଭା ନିର୍ବାଚନ । ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି ଜିଲ୍ଲା ପ୍ରଶାସନ। ଯାହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଯେଉଁଠି ଯେଉଁଠି ନିର୍ବାଚନ ହୁଏ, ସେଇଠି ପୁଲିସ୍ ଓ ପ୍ରଶାସନ ପାଇଁ ସବୁଠାରୁ ବଡ ଟାର୍ଗେଟ ମଦ ହୋଇଥାଏ । ରାଜନୈତିକ ଦଳ ଓ ପ୍ରାର୍ଥୀ ବହୁତ ମଦ ବାଣ୍ଟନ୍ତି । ଏହା ବିରୁଦ୍ଧରେ ନିର୍ବାଚନ ଆୟୋଗ ଅନେକ ଅଭିଯାନ ଚଲାନ୍ତି । ଅର୍ଥାତ୍ ମଦ କିମ୍ବା ଟଙ୍କା ନେଇ ଭୋଟ୍ ଦେବା ଉଚିତ୍ ନୁହେଁ । କିନ୍ତୁ ଜିଲ୍ଲା ପ୍ରଶାସନ ମଦ ବୋତଲରେ ଭୋଟ ପାଇଁ ଷ୍ଟିକର ଲଗାଇଛି। ଲୋକଙ୍କ ନିକଟରୁ ସହଜରେ ଭୋଟ ନେବା ପାଇଁ ଏମିତି ବ୍ୟବସ୍ଥା କରାଯାଇଥିବା କୁହାଯାଉଛି।

ମଧ୍ୟ ପ୍ରଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଝାବୁଆରେ ଦେଖିବା ପାଇଁ ମିଳିଛି ଏହି ଘଟଣା। ଝାବୁଆର ପ୍ରତିଟି ମଦ ଦୋକାନରେ ବଣ୍ଟାଯାଇଛି ଭୋଟ ପାଇଁ ଷ୍ଟିକର। ମଦ ବୋତଲରେ ଷ୍ଟିକର ଲଗାଯାଇ ଲୋକଙ୍କ ଠାରୁ ଭୋଟ ଆଦାୟ କରାଯିବାର ବ୍ୟବସ୍ଥା କରାଯାଇଥିଲା। ମଦ ବୋତଲରେ ଏହି ଷ୍ଟିକର ଲଗାଇବା ସହ ଲୋକଙ୍କୁ ଭୋଟ ପାଇଁ ଅନୁରୋଧ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ଭୋଟରଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମରେ ଏହି ନିଷ୍ପତ୍ତି ନିଆଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଏହାକୁ ବନ୍ଦ କରାଯାଇଥିବା ଅବକାରୀ ବିଭାଗର କମିଶନର ଅଭିଷେକ ତିୱାରୀ ସୂଚନା ଦେଇଛନ୍ତି।