ମଂଚରୁ ଗଳି ପଡିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ : ସଭା ସାରି ଓହ୍ଲାଇବାବେଳେ ଖସି ଗଲା ଗୋଡ

37

କନକ ବ୍ୟୁରୋ : ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈାହାନ ଜନ ଆଶ୍ରୀବାଦ ଯାତ୍ରା କରିବା ପାଇଁ ଚନ୍ଦଲାରେ ପହଞ୍ଚିଥିଲେ । ତେବେ ସେଠାରେ ଲୋକମାନଙ୍କୁ ସମ୍ବୋଧୋନ କରି ଆସିବା ବେଳେ କୈାଣସି କାରଣରୁ ମଞ୍ଚରୁ ଓହ୍ଲାଇବା ବେଳେ ତଳେ ପଡିଯାଇଛନ୍ତି । ତେବେ ତାଙ୍କ ପାଖରେ ଥିବା ସୁରକ୍ଷାକର୍ମୀ ଓ ଦଳର ସଦସ୍ୟମାନେ ତଙ୍କୁ ଉଠାଇଥିଲେ । ସେହି ସମୟରେ ପେଣ୍ଡଲ ପାଖରେ ମଧ୍ୟ ପ୍ରବଳ ଭିଡ ଜମିଥିଲା । ପ୍ରକାଶ ଯୋଗ୍ୟ ଯେ, ରାଜ୍ୟରେ ଚଳିତ ବର୍ଷ ଶେଷରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ପ୍ରଚାର କରିବା ପାଇଁ ଶିବରାଜ ଅନେକ ଜିଲ୍ଲାଗସ୍ତ କରୁଛନ୍ତି । ଅନେକ ଜିଲ୍ଲାଗସ୍ତ କରି ଲୋକମାନଙ୍କୁ ତାଙ୍କ ସରକାରଙ୍କୁ ଭୋଟ ଦେବାପାଇଁ ସମ୍ବୋଧୋନ କରୁଛନ୍ତି ।

 

ତେବେ ସେଠାରେ ଉପସ୍ଥିତ ଥିବା ଲୋକମାନେ କହିଛନ୍ତି ଯେ, ଶିବରାଜ ଯେତେବେଳେ ମଞ୍ଚରୁ ତଳକୁ ଓହ୍ଲାଉଥିଲେ ସେତେ ବେଳେ ତାଙ୍କର କୈାଣସି କାରଣରୁ ଗୋଡ ଖସିଯାଇଥିଲା । ଏହାସହ ଅନେକ ସଭା କରିବା ପରେ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚଥିଲେ । ଯେତେବେଳେ ଭାଷଣ ସରିଲା ତାହା ପରେ ଶିବରାଜ ତଳକୁ ଆସୁଥିବା ସମୟରେ ହିଁ ପାହାଚରେ ଗୋଡ ଖସିଯାଇଥିଲା । ଏହି ବିଷୟରେ ସ୍ଥାନୀୟ ପ୍ରଶାସନ କହିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଲାଗି ଯେଉଁ ସିଡି ଥିଲା ସେଛାରୁ ମନ୍ତ୍ରୀ ଗୋଟାଏ ପରିବର୍ତ୍ତେ ୨ଟି ସିଡିରେ ଗୋଡ ଥୋଇଥିଲେ । ତେଣୁ ସେ ଭାରସ୍ୟାମ ହରାଇ ପଡିଯାଇଥିଲେ । କିନ୍ତୁ ତାଙ୍କ ପାଖରେ ଉପସ୍ଥିତ ଥିବା ଦଳୀୟ କର୍ମୀ ଓ ସୁରକ୍ଷା କର୍ମୀମାନେ ତାଙ୍କୁ ସେଠାରୁ ଉଠାଇଥିଲେ । ଏହି ଘଟଣାରେ କାହାରି ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଜଣାପଡିଛି ।