ସାତକୋଶିଆରେ ଭୋକିଲା ଅଛି ମଧ୍ୟପ୍ରଦେଶ ମହାବଳ : ଓଡ଼ିଶା ହାତୀ ପଲକୁ ଅନାଇ ରହିଲା ମହାବୀର

73

କନକ ବ୍ୟୁରୋ : ସାରା ଓଡିଶାର ନଜର ରହିଥିବା ମଧ୍ୟପ୍ରଦେଶ ମହାବଳ ଉପରେ ସାଟେଲାଇଟ ଓ ସିସିଟିଭିରୁ ନଜର ରଖାଯାଇଛି । ହିଂସ୍ର ବାଘଟି ଏପର୍ଯ୍ୟନ୍ତ କିଛି ଖାଇନଥିବା ଜଣାପଡିଛି । ଅଭୟାରଣ୍ୟରେ ବୁଲୁଥିବା ଓଡିଶା ହାତୀ ପାଲଙ୍କୁ ଅନାଇରହିଥିଲା ମହାବୀର । ଆଉ ବିଶେଷ କଛି ନକରି ବାଟଭାଙ୍ଗି ଚାଲିଯାଇଥିଲା । ଏତେ ବାଟର ଯାତ୍ରା ଓ ନୂଆଜାଗା ହୋଇଥିବାରୁ ତାର ଆଚରଣରେ ପରିବର୍ତ୍ତନ ଆସିବାକୁ ସମୟ ଲାଗିବ ବୋଲି କୁହାଯାଉଛି । ଆଚରଣ ସ୍ୱାଭାବିକ ହେଲାପରେ ତାକୁ ଏନକ୍ଲୋଜରରୁ ମୁକ୍ତ କରାଯିବ । ବାଘବଂଶ ବୃଦ୍ଧି ପାଇଁ ଖୁବଶୀଘ୍ର କେତୋଟି ବାଘୁଣୀ ମଧ୍ୟ ଏଠାକୁ ଅଣାଯିବ ବୋଲି ସୂଚନା ମିଳିଛି ।

୪୮ ଘଂଟାର ଯାତ୍ରାପରେ ମହାବଳ ମହାବୀରର ଯନ୍ତା ଯେତେବେଳେ ଖୋଲି ଦିଆଗଲା, ଏକା ଲଂଫରେ ସେ ବାହାରକୁ ଚାଲିଯାଇଥିଲା । ଆଉ ଏପାଖ ସେପାଖ ବୁଲିବୁଲି ଅନୁମାନ କରୁଥିଲା ଯେ, ବଦଳି ଯାଇଛି ତାର ଠିକଣା । କାରଣ ଟ୍ରାଙ୍କୁଲାଇଜ କରି ସ୍ଥାନାନ୍ତର ହୋଇଥିବା ବାଘଟି ହୁଏତ ରାସ୍ତାରେ ଯାତ୍ରାକୁ ଅନୁଭବ କରିପାରିନଥିଲା । କିନ୍ତୁ ଯନ୍ତାରୁ ବାହାରିବା ପରେ ବେଶ ଅନୁଭବ କରିପାରୁଥିଲା ଯେ, ଏହା କାହ୍ନା ଜାତୀୟ ଅଭୟାରଣ୍ୟ ନୁହେଁ । ୫ଶହ କିଲୋମିଟରରୁ ବି ଅଧିକ ରାସ୍ତା ଅତିକ୍ରମ କରିଆସିଥିବା ଏହି ହିଂସ୍ର ବାଘଟି ସାତକୋଶିଆ ଅଭୟାରଣ୍ୟରେ ପହଂଚିବା ପରେ ଏପର୍ଯ୍ୟନ୍ତ କିଛି ଖାଇନାହିଁ ।

tiger

ବାଘଟିର ପ୍ରତିଟି ଗତିବିଧି ଉପରେ ନଜର ରଖିଛନ୍ତି ବନ୍ୟାପ୍ରାଣୀ କର୍ତ୍ତୃପକ୍ଷ । ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ୨୪ ଘଂଟିଆ ନୀରିକ୍ଷଣରେ ରହିଛି ଏହି ହିଂସ୍ର ପଶୁ । ରେଡିଓ କଲାର ଟ୍ରାକିଂ ସହ ସାଟେଲାଇଟ ଓ ସିସିଟିଭି ନଜରରେ ରହିଛି । ତାର ଆଚରଣ ସ୍ୱାଭାବିକ ହେଲେ ଏନକ୍ଲୋଜରରୁ ମୁକ୍ତ କରାଯିବ । ଆଉ ସାତକୋଶିଆରେ ଥିବା ଅନ୍ୟ ବନ୍ୟପ୍ରାଣୀଙ୍କ ସଂସ୍ପର୍ଶରେ ଆସିବ । ସାରା ବିଶ୍ୱରେ ପ୍ରଥମଥର ପାଇଁ ଏଭଳି, ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ବାଘ ଅଣାଯିବାର ଉଦ୍ୟମ ସଫଳ ହୋଇଛି ।

 

ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ଆସିଥିବା ଏହି ହିଂସ୍ର ପ୍ରଜାତିର ବାଘ ଗତକାଲି ସାତକୋଶିଆରେ ଓଡିଶା ହାତୀଙ୍କ ସହ ମୁହାଁମୁହିଁ ହୋଇଥିଲା । ଟ୍ରାଙ୍କୁଲାଇଜରର ପ୍ରଭାବ ସହ ନୂଆଜାଗା ହୋଇଥିବାରୁ ବେଶ ଅଦ୍ଭୁତ ଆଚରଣ କରିଥିବା ମହାବୀର । ହାତୀଗୁଡିକୁ କେବଳ ଆଖି ତରାଟି ଚାହିଁବା ପରେ ଗୋଟିଏ ପାହୁଣ୍ଡ ପଛକୁ ଘୁଂଚି ଯାଇଥିଲେ ହାତୀ । ହେଲେ ମହାବୀର କେବଳ ରକ୍ଷଣାତ୍ମକ ଢଙ୍ଗରେ ଅନାଇ ରହିବା ସହ ବାଟ ଭାଙ୍ଗି ଚାଲିଯାଇଥିଲା । ସାତକୋଶିଆରେ ବାଘ ସଂଖ୍ୟା ବୃଦ୍ଧି କରିବା ଯୋଜନରା ଏହା ଏକ ଅଂଶବିଶେଷ । ବାଘ ବଂଶ ବୃଦ୍ଧି ପାଇଁ ଖୁବଶୀଘ୍ର ମଧ୍ୟପ୍ରଦେଶ ବନ୍ଧବଗଡରୁ କେତୋଟି ବାଘୁଣୀ ଆଣିବାର ଯୋଜନା ରହିଛି ।

ସାତକୋଶିିଆର ଘଂଚ ଜଙ୍ଗଲ ଭିତରେ ଘୁରି ବୁଲିବ ଏହି ମହାବଳ ବାଘ । ଜଙ୍ଗଲରେ କ୍ରମାଗତ ବଢୁଥିବା ତୃଣାଭୋଜି ପ୍ରାଣୀଙ୍କ ସଂଖ୍ୟା ହ୍ରାସ କରିବା ସହ ଓଡ଼ିଶାରେ ବାଘ ସଂଖ୍ୟା ବୃଦ୍ଧି କରିବ । ଆଉ ବାଘଙ୍କ ପାଇଁ ସାତକୋଶିଆ ଜଙ୍ଗଲରେ ପ୍ରସ୍ତୁତ ହେବ ଏକ ନିଦ୍ଦିଷ୍ଟ କ୍ଷେତ୍ର ।