ବୋନିଙ୍କଠାରୁ ବଳି ଗଲେ ଏହି ବ୍ୟକ୍ତି । ଚାନ୍ଦିନୀଙ୍କ ମୃତ୍ୟୁ ପରେ ଛାଡି ଦେଲେ ଖାଦ୍ୟ ପେୟ , ହେଲେ ଲଣ୍ଡା

50

ବଲିଉଡର ଚାନ୍ଦନୀ ଶ୍ରୀଦେବୀଙ୍କ ଅକାଳ ମୃତ୍ୟୁ ପରେ ଦେଶରେ ଥିବା ତାଙ୍କ ପ୍ରଶଂସକମାନଙ୍କୁ ଶକ୍ତ ଝଟକା ଲାଗିଛି । ପ୍ରଶଂସକମାନେ ଭିନ୍ନ ଭିନ୍ନ ଉପାୟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବାର ଖବର ଆସିଥିବା ବେଳେ ମଧ୍ୟପ୍ରଦେଶର ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଶ୍ରୀଦେବୀଙ୍କୁ ନିଜ ସ୍ତ୍ରୀ ବୋଲି ମନେକରି ଅବିବାହିତ ଥିବା ବ୍ୟକ୍ତି ଜଣଙ୍କ ଚାନ୍ଦନୀଙ୍କ ମୃତ୍ୟୁ ପରେ ଶୋକ ପ୍ରକାଶ କରି ଲଣ୍ଡା ହୋଇଥିବା ଜଣାପଡ଼ିଛି । ରବିବାର ଦିନ ମଧ୍ୟପ୍ରଦେଶର ଶିୟୋପୁରରେ ଥିବା ଦାଦୁନି ଗ୍ରାମର ଏକ ସ୍କୁଲରେ ଓମ ପ୍ରକାଶ ମେହରା ନାମକ ଜଣେ ବ୍ୟକ୍ତି ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ଲଣ୍ଡା ହୋଇଥିଲେ ଏବଂ ତାଙ୍କ ଫଟୋରେ ଫୁଲହାର ଚଢ଼ାଇଥିଲେ ।

ସୂଚନା ମୁତାବକ, ସ୍କୁଲ ସମୟରୁ ହିଁ ସେ ଶ୍ରୀଦେବୀଙ୍କ ଫ୍ୟାନ ଥିଲେ । ୨୦୦୨ରେ ଓମ ପ୍ରକାଶ ମେହେରା ନିଜର ଭୋଟର ଲିଷ୍ଟରେ ତାଙ୍କ ସ୍ତ୍ରୀଙ୍କ ନାମ ଶ୍ରୀଦେବୀ ଲେଖିଥିଲେ । ଗାଁ ଲୋକେ ଏହା ଦେଖି ସେ ଭୁଲ ହୋଇ ଯାଇଛି ବୋଲି ଭାବି ତାକୁ ଠିକ କରିବାକୁ କହିଥିଲେ । କିନ୍ତୁ ଓମ ପ୍ରକାଶ ଶ୍ରୀଦେବୀଙ୍କୁ ତାଙ୍କ ସ୍ତ୍ରୀ ବୋଲି ମାନିବା ସହ ତାଙ୍କ ନା ଜାଣି ଶୁଣି ଲେଖିଥିବା ଗାଁ ଲୋକଙ୍କୁ ଜଣାଇଥିଲେ ।

ଏହି ପରେ ଶ୍ରୀଦେବୀଙ୍କ ପ୍ରତି ତାଙ୍କର ଅଧିକ ଭଲ ପାଇବା ବଢ଼ିଯିବା ସହ ସେ ଶ୍ରୀଦେବୀଙ୍କୁ ୩୦୦୦ ଚିଠି ଲେଖିଥିଲେ । ଓମ ପ୍ରକାଶଙ୍କର ଶ୍ରୀଦେବୀଙ୍କ ପ୍ରତି ଏତେ ଭଲ ପାଇବା ଦେଖି ଥରେ ଶ୍ରୀଦେବୀ ତାଙ୍କୁ ମୁମ୍ବାଇ ମଧ୍ୟ ଡ଼ାକିଥିଲେ । କିନ୍ତୁ କୌଣସି କାମ ପାଇଁ ଓମ ପ୍ରକାଶ ମୁମ୍ବାଇ ଯାଇ ପାରି ନଥିଲେ । କିନ୍ତୁ ସେବେ ଠାରୁ ସେ ଶ୍ରୀଦେବୀଙ୍କୁ ନିଜ ସ୍ତ୍ରୀ ବୋଲି ମାନି ଆସୁଥିଲେ । ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଆସିବା ପରେ ଓମ ପ୍ରକାଶ ସେ ଦିନ ଖାଇବା ଛାଡ଼ିବା ସହ ରବିବାର ତାଙ୍କ ପାଇଁ ଶୋକ ସଭା ରଖି ଲଣ୍ଡା ହୋଇଥିଲେ ।