ପତାକା ଉତ୍ତୋଳନ ପୂର୍ବରୁ ହାତାହାତି ହେଲେ ଦୁଇ କଂଗ୍ରେସ ନେତା : କରତାଳି ବଦଳରେ ମାଡ଼ ବର୍ଷିଲା, ସୋସିଆଲ୍ ଭିଡ଼ିଓ ଭାଇରାଲ୍

308

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ମୁହାଁମୁହିଁ ହେଲେ ଦୁଇ କଂଗ୍ରେସ ନେତା । ପତାକା ଉତ୍ତୋଳନ ପୂର୍ବରୁ ଦୁଇ କଂଗ୍ରେସ ନେତା ହାତାହାତି ହୋଇଛନ୍ତି । ମଖ୍ୟମନ୍ତ୍ରୀ କମଲନାଥ ପତାକା ଉତ୍ତୋଳନ କରିବା ପାଇଁ ଆସିବା ପୂର୍ବରୁ ଏଭଳି ଅଭାବନୀୟ ଘଟଣା ଘଟିଛି । ମଧ୍ୟପ୍ରଦେଶର ଇନ୍ଦୋରର କଂଗ୍ରେସ ଦଳର କାର୍ଯ୍ୟାଳୟ, ଗାନ୍ଧୀ ଭବନରେ ଏପରି ଅପ୍ରୀତିକର ଘଟଣା ସୃଷ୍ଟି ହୋଇଛି ।

ପତାକା ଉତ୍ତୋଳନ ପୂର୍ବରୁ ହାତାହାତି ହେଲେ ନେତା । ପତାକା ଉତ୍ତୋଳନ ପାଇଁ କଂଗ୍ରେସ କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ । ଆଉ ଏହି ସମୟରେ କଂଗ୍ରେସର ଦୁଇ ନେତା ଦେବେନ୍ଦ୍ର ଯାଦବ ଓ ଚନ୍ଦୁ କୁଞ୍ଜୀର ମୁହାଁମୁହିଁ ହୋଇଥିଲେ । କୌଣସି କାରଣବଶତଃ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ପରେ ଏହି ଝଗଡ଼ା ଅଧିକ ବଢ଼ିଯାଇଥିଲା । ଉଭୟଙ୍କ ହାତାହାତି ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଏବେ ଭାଇରାଲ୍ ହେଉଛି । ଆଉ ଏହି ଦୃଶ୍ୟକୁ ଉପସ୍ଥିତ ଲୋକମାନେ ନିଜ କ୍ୟମେରାରେ କୈଦ୍ କରି ନେଇଥିଲେ । ଭିଡ଼ିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଚନ୍ଦୁ କୁଞ୍ଜୀର ଦେବେନ୍ଦ୍ରଙ୍କୁ ଚାପୁଡ଼ା ମାରୁଛନ୍ତି ।

ପୋଲିସ ଅନେକ ବୁଝାସୁଝା କରିବା ପରେ ଉଭୟ ଶାନ୍ତ ପଡ଼ିଥିଲେ । ଏହି ଘଟଣା ପରେ ଉଭୟ ନେତା ଓ ତାଙ୍କ ସମର୍ଥନକଙ୍କୁ ପତ୍ତାକା ଉତ୍ତୋଳନ ସ୍ଥଳରୁ ବାହାର କରିଦେଇଥିଲା ପୋଲିସ୍ । ତେବେ କେଉଁ କାରଣ ପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ତାହା ଏବେ ସୁଦ୍ଧା ଜଣାପଡ଼ି ନାହିଁ ।