ବିଦେଶରେ ଚମକିବେ ଆଦିବାସୀ ବୃଦ୍ଧା ! ଇଟାଲୀରେ ପ୍ରଦର୍ଶନ ହେବ ଆଦିବାସୀ ବୃଦ୍ଧାଙ୍କ ଚିତ୍ର , ନୂତନ ଚିତ୍ରକରଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।

94

ମଧ୍ୟପ୍ରଦେଶର ଜଣେ ୮୦ ବର୍ଷୀୟା ବୃଦ୍ଧା ମହିଳାଙ୍କ ହାତ ତିଆରି ଚିତ୍ର ଏବେ ଇଟାଲୀରେ ପ୍ରଦର୍ଶନ କରାଯିବ । ଇଟାଲୀ ସହରର ମିଲାନରେ ହେବାକୁ ଯାଉଥିବା ଚିତ୍ର ପ୍ରଦର୍ଶନୀରେ ଆଦିବାସୀ ମହିଳା ଜୋଧଇୟା ବାଇ ବେଗାଙ୍କ ଚିତ୍ର ପ୍ରଦର୍ଶନୀ କରାଯିବ । ମଧ୍ୟପ୍ରଦେଶର ଲୋହରା ଗ୍ରାମରେ ରହୁଥିବା ଜୋଧଇୟା ବାଇଙ୍କ ଏହି ସଫଳତାରେ ସମ୍ପୁର୍ଣ୍ଣ ରାଜ୍ୟ ତାଙ୍କ ଉପରେ ଗର୍ବ ଅନୁଭବ କରୁଛି ।

ସ୍ୱାମୀଙ୍କ ମୃତ୍ୟୁ ପରେ ଚିତ୍ରକୁ ନିଜ ସାଥୀ କରିଥିବା ଜୋଧଇୟା କୁହନ୍ତି , ୪୦ ବର୍ଷ ପୂର୍ବେ ସ୍ୱାମୀଙ୍କ ମୃତ୍ୟୁ ପରେ ଘରର ଆର୍ଥୀକ ବୋଝ ମୋ ଉପରେ ପଡିଥିଲା । ଚିତ୍ରରେ ରୁଚି ରଖୁଥିବାରୁ ମୁଁ ଚିତ୍ର ଆଙ୍କି ଗୁଜୁରାଣ ମେଣ୍ଟାଇଲି । ଆଖପାଖରେ ଯାହା ଦେଖିଲି ତାକୁ କାଗଜରେ ତୂଳୀ ଧରି ଆଙ୍କିବାକୁ ଲାଗିଲି । ବର୍ତ୍ତମାନ ମୁଁ ଅନେକ ଦେଶ ଭ୍ରମଣ କଲିଣି । ବର୍ତ୍ତମାନ ଚିତ୍ର ଆଙ୍କିବା ହିଁ ମୋ ପାଇଁ ସବୁକିଛି । ମୁଁ ବହୁତ ଖୁସି ଅନୁଭବ କରୁଛି ଯେ ଅନ୍ତର୍ଜାତୀୟ ସ୍ତରରେ ମୋ ଚିତ୍ର ପ୍ରଦର୍ଶନ କରାଯିବ । ଜୋଧଇୟାଙ୍କ ଶିକ୍ଷକ ଅଶ୍ୱିନୀ ସ୍ୱାମୀ କୁହନ୍ତି , ଆଦିବାସୀ ସଂପ୍ରଦାୟର ଏହି ମହିଳା ବିନା କୌଣସି ଶିକ୍ଷାରେ ଏତେ ବଡ଼ ସଫଳତା ପାଇବା ପ୍ରଶଂସନୀୟ । ଆଦିବାସୀ ସମାଜ ପାଇଁ ଜୋଧଇୟା ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କ ପାଇଁ ଏବେ ସମ୍ପୁର୍ଣ୍ଣ ରାଜ୍ୟ ଗର୍ବ ଅନୁଭବ କରୁଛି ।