ବହୁ ପ୍ରତିକ୍ଷୀତ ସିନେମା ‘ଛପାକ୍’ ପାଇଁ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଙ୍କୁ ମିଳିବ ପୁରସ୍କାର : ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ମିଳିବ ସମ୍ମାନ ।

271

ଫ୍ରାଇଡେ ରିଲିଜରେ ବଡ ପରଦାକୁ ଆସିଛି ବହୁ ପ୍ରତିକ୍ଷୀତ ଫିଲ୍ମ ଛପାକ୍ । ଏସିଡ୍ ପୀଡିତାଙ୍କ ଏକ ସତ୍ୟ କାହାଣୀକୁ ଆଧାର କରି ଏହି ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ଏସିଡ ଆକ୍ରମଣରେ ଶିକାର ହୋଇଥିବା ଝିଅଟିଏ କିଭଳି ସମାଜରେ ଏସିଡ ବିକ୍ରି ବିରୋଧରେ ସ୍ୱର ଉତ୍ତୋଳନ କରି ବିଜୟୀ ହେଉଛି , ତାହାକୁ ନେଇ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ର । ଏକ ସପ୍ତାହ ହେବ ଫିଲ୍ମ ଓ ଦୀପିକାଙ୍କୁ ନେଇ ଅନେକ ବାଦ ବିବାଦ ଦେଖିବାକୁ ମିଳିଥିଲା । ଏହାରି ମଧ୍ୟରେ ଦୀପିକା ଓ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିବା ଦୀପିକା ପାଦୁକୋନଙ୍କୁ ମଧ୍ୟପ୍ରଦେଶ ସରକାର ସମ୍ମାନୀତ କରିବା ପାଇଁ ଘୋଷଣା କରିଛନ୍ତି । ମଧ୍ୟପ୍ରଦେସର ଜନସମ୍ପର୍କ ମନ୍ତ୍ରୀ ପୀସୀ ଶର୍ମା ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି , ଇନ୍ଦୋରରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତରାଷ୍ଟ୍ରିୟ ଭାରତୀୟ ଫିଲ୍ମ ଏକାଡେମି ପୁରସ୍କାର(ଆଇଫା ଆୱାର୍ଡସ୍) କାର୍ଯ୍ୟକ୍ରମ ସମାରୋହରେ ସମ୍ମାନୀତ କରାଯିବ । ସେହିଭଳି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ ପୂର୍ବରୁ ଛପାକ ଫିଲ୍ମକୁ ନେଇ ଟ୍ୟାକ୍ସ ଫ୍ରିର ଘୋଷଣା କରିଥିଲେ ।

ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ ଫିଲ୍ମ ତାନାଜି ଓ ଛପାକକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ । ଏହିପରି ସ୍ଥିତିରେ ବିଜେପି ନେତା ସୁରେନ୍ଦ୍ରନାଥ ସିଂହ ଓ ଅନିଲ ଅଗ୍ରୱାଲ ଭୋପାଳ ସ୍ଥିତ ସିନେମା ହଲ ବାହାରେ ଦର୍ଶକଙ୍କୁ ମାଗଣାରେ ଟିକେଟ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା । ସେହିପରି ଏନଏସୟୁଆଇର ପ୍ରଦେଶ ପ୍ରବକ୍ତା ବିବେକ ତ୍ରିପାଠୀ ସଙ୍ଗୀତ ସିନେମା ବାହାରେ ଛପାକ୍ ଫିଲ୍ମ ପାଇଁ ଦର୍ଶକଙ୍କୁ ମାଗଣାରେ ଟିକେଟ ବଣ୍ଟନ କରିଛନ୍ତି । ୨୦୦୫ ମସିହାରେ ୧୫ ବର୍ଷିୟ ଲକ୍ଷ୍ମୀ ଅଗ୍ରୱାଲ ନାମ୍ନୀ ଯୁବତୀଙ୍କ ଉପରେ ହୋଇଥିଲା ଏସିଡ୍ ଆକ୍ରମଣ । ଏହା ପରେ ଲକ୍ଷ୍ମୀଙ୍କ ସହ ଘଟି ଯାଇଥିବା ପ୍ରତ୍ୟେକ ଘଟଣାକୁ ନେଇ ସିନେମା ଛପାକ ନିର୍ମାଣ କରାଯାଇଛି । ଏହି ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଦୀପିକା ପାଦୁକୋନ । ଏଥିରେ ଦୀପିକା ପାଦୁକୋନ ମାଲତି ଅଗ୍ରୱାଲ ନାମ୍ନୀ ଏସିଡ ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କ ଭୂମିକାରେ ଅଭିନୟ କରିଛନ୍ତ ।