ପତଞ୍ଜଳୀ ଟୁଥପେଷ୍ଟ୍ ‘ଦନ୍ତକାନ୍ତି’ରୁ ବାହାରିଲା କୁଣ୍ଡିଆ ଔଷଧ ! ଯୋଗଗୁରୁ ବାବା ରାମଦେବଙ୍କୁ ପୁଣି ଝଟକା

128

କନକ ବ୍ୟୁରୋ : ପୁଣି ଯୋଗଗୁରୁ ବାବା ରାମଦେବଙ୍କୁ ଝଟକା । ପୁଣି ବିବାଦରେ ଶୁଦ୍ଧତା ଏବଂ କୌଣସି ମିଶ୍ରଣ ନଥିବା କହି ବଜାରରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା ବାବାଙ୍କ ପତଞ୍ଜଳୀ । ଦନ୍ତକାନ୍ତି ଟୁଥପେଷ୍ଟ ପ୍ୟାକେଟରୁ ବାହାରିଲା କୁଣ୍ଡିଆ ଔଷଧ । ଘଟଣାଟି ଘଟିଛି ମଧ୍ୟପ୍ରଦେଶରେ ।

Ramdevରିପୋର୍ଟ ମୂତାବକ , ଅଂଶୁ କଦମ୍ ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ଦୋକାନରୁ ପତଞ୍ଜଳୀ ଦନ୍ତକାନ୍ତି ଟୁଥପେଷ୍ଟ୍ କଣିଥିଲେ । ଯାହାର ଶୁଦ୍ଧତାର ପ୍ରଚାର ବାବା ରାମଦେବ ନିଜେ କରନ୍ତି । ତେବେ ଘରକୁ ଆଣି ଖୋଲିବା ପରେ ଏକ ଅଜବ ପ୍ରକାର ପେଷ୍ଟ ଏହା ଭିତରୁ ବାହାରିଲା । ଯାଂଚ ପରେ ଜାଣିବାକୁ ପାଇଲେ ଏହା ଟୁଥପେଷ୍ଟ ନୁହେଁ କୁଣ୍ଡିଆ ଔଷଧ ବୋଲି । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଅଂଶୁ ।

ଜିଲ୍ଲାପାଳ ମଧ୍ୟ ଘଟଣାର ଯାଂଚ କରିବାକୁ ନିର୍ଦ୍ଦେଶ ଦେଲେ । ତେବେ ଯାଂଚ ପରେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଲା ତାହା ଅତ୍ୟନ୍ତ ଆଶ୍ଚଯ୍ୟଜନକ ତଥା ଦୁର୍ଭାଗ୍ୟଜନକ ମଧ୍ୟ । ରିପୋର୍ଟ ଆସିବା ପରେ ଜଣା ପଡିଲା ସେଥିରେ ଟୁଥପେଷ୍ଟ ନୁହେଁ କୁଣ୍ଡିଆ ଔଷଧ ହିଁ ଥିଲା । ତେବେ ଏହା ପତଞ୍ଜଳୀ ନାଁରେ ନକଲି ଉତ୍ପାଦ କି ବୋଲି ଅଧିକ ତଦନ୍ତ ଚାଲିଛି ।

picତେବେ ପତଞ୍ଜଳୀକୁ ନେଇ ବିବାଦ ଏହା ପ୍ରଥମ ଘଟଣା ନୁହେଁ ।  ଏହା ପୂର୍ବରୁ ପତଞ୍ଜଳୀ  ବିସ୍କୁଟରେ ସିନ୍ଥେଟିକ୍ ରଙ୍ଗ ଏବଂ ମହୁରେ ଚିନି ମିଶାଯାଉଥିବା ନେଇ ଅଭିଯୋଗ ଆସିଥିଲା  । ଲକ୍ଷ୍ନୌର ଏକ ଲ୍ୟାବରେ ଟେଷ୍ଟ୍ ହେବା ପରେ ଏହି ସାଂଘାତିକ୍ ରିପୋର୍ଟ ସାମ୍ନାକୁ ଆସିଥିଲା । ତେବେ ଏନେଇ କମ୍ପାନୀକୁ ନୋଟିସ୍ ଦିଆଯିବ ବୋଲି କହିଥିଲେ ଜିଲ୍ଲା ଅଧିକାରୀ ।

ଗତ ବର୍ଷ ଡିସେମ୍ବର ମାସରେ ଲକ୍ଷ୍ନୌ ବିଘାପୁର ସ୍ଥିତ ଅନେକ ଦୋକାନରେ ଚଢାଉ କରାଯାଇଥିଲା । ଏହି ଚଢାଉବେଳେ ପତଞ୍ଜଳୀର ମେରୀ ବିସ୍କୁଟ୍ ଏବଂ ମହୁର ନମୁନା ଯାଂଚ୍ ପାଇଁ ପଠାଯାଇଥିଲା । ତେବେ ୬ ମାସ ପରେ ଯାଂଚ୍ ରିପୋର୍ଟ ଆସିଲା ପରେ ଜଣାପଡିଲା ବିସ୍କୁଟରେ ସିନ୍ଥେଟିକ୍ ରଙ୍ଗ ଏବଂ ମହୁରେ ଚିନିର ମାତ୍ରା ମିଳିଛି ।

ପତଞ୍ଜଳୀର ମେରୀ ବିସ୍କୁଟ୍ ପ୍ୟାକେଟରେ ଶତ ପ୍ରତିଶତ ଅଟାରେ ତିଆରି କରାଯାଉଥିବା ଲେଖାହୋଇଥିବା ବେଳେ ଏଥିରେ ମଇଦା ସହ ସିନ୍ଥେଟିକ୍ ରଙ୍ଗ ମିଶାଯାଉଛି । ଅନ୍ୟପଟେ ମହୁରେ ଚିନି ମିଶାଯାଉଛି । ପ୍ରଥମେ ପତଞ୍ଜଳୀ ନୁଡୁଲ୍ସ ଏବଂ ଆମଲା ଜୁସ୍ ପରେ ଏବେ ବିସ୍କୁଟ୍ ଆଉ ମହୁରେ ମିଶ୍ରଣ ଅଭିଯୋଗ । ଯାହା ଯୋଗଗୁରୁ ରାମଦେବଙ୍କୁ ଦେଇଛି ଝଟକା । ସେହିପରି ପତଞ୍ଜଳୀ ନୁଡୁଲ୍ସକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା ।

ସୌଜନ୍ୟ : ୱାନଇଣ୍ଡିଆ