ନିର୍ଭୟା କାଣ୍ଡକୁ ବଳି ଗଲା ମଧ୍ୟପ୍ରଦେଶ ମନ୍ଦସୁର ଘଟଣା ! ୮ବର୍ଷର ବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଓ ଗୁପ୍ତାଙ୍ଗରେ କାଠ ପୁରାଇ, ତଂଟି ଚିପି ହତ୍ୟା ଉଦ୍ୟମ

72

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ଆଉ ଏକ ନିର୍ଭୟା କାଣ୍ଡ । ଏହି ଖବର ଦେଶବ୍ୟାପି ଆଲୋଡନ ସୃ୍ଷ୍ଟି କରିଛି । ନିମଚ୍ ଜିଲ୍ଲା ଅନ୍ତର୍ଗତ ମନ୍ଦସୁରରେ ଜଣେ ୮ବର୍ଷର ବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ ପରେ ବର୍ବର ଅତ୍ୟାଚାର କରାଯାଇଛି । ନାବାଳିକାଙ୍କ ତଂଟିଚିପି କାଟି ଓ ଗୁପ୍ତାଙ୍ଗରେ କାଠ ପୁରାଇ ହତ୍ୟା ଉଦ୍ୟମ କରାଯାଇଛି । ୨୦୧୨ରେ ଦିଲ୍ଲରେ ହୋଇଥିବା ନିଭୟା କାଣ୍ଡକୁ ବଳି ଯାଇଛି ଏହି ଘଟଣା । ଏହି ଘଟଣାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଲୋକେ । ସିସିଟିଭି ଆଧାରରେ ପୁଲିସ୍ ମୁଖ୍ୟ ଅଭିଯୁକ୍ତ ଇରଫାନ୍ ଖାନକୁ ଗିରଫ କରି ୫ଦିନଆ ରିମାଣ୍ଡରେ ନେଇଛି ।

ତେବେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଖୁଂଟରେ ଝୁଲାଇବାକୁ ଦାବି କରି ୧୦ ହଜାରରୁ ଅଧିକ ଲୋକ ମନ୍ଦସୁର ପୁଲିସ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏବେ ପୀଡିତା ଶିଶୁ ଇନ୍ଦୋର ଏମୱାଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ଗତ ୨୬ ତାରିଖ ଦିନ ମନ୍ଦସୁରରେ ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ଏହି ୮ ବର୍ଷର ବାଳିକାକୁ କିଛି ସ୍ଥାନୀୟ ଯୁବକ ଚକୋଲେଟ ଲୋଭ ଦେଖାଇ ଅପହରଣ କରିନେଇଥିଲେ। ନିକଟରେ ବନ୍ଦ ପଡ଼ିଥିବା ଏକ ପ୍ଲାଣ୍ଟ୍ ମଧ୍ୟରେ ସେମାନେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ।ଏହା ପରେ ଏହି ନର ପିଶାଚମାନେ ନାବାଳିକାଙ୍କ ଶରୀରର ଅନେକାଂଶକୁ କାମୁଡି କ୍ଷତାକ୍ତ କରିଦେଇଥିଲେ। ଗୁପ୍ତାଙ୍ଗରେ ପ୍ରବଳ ଆଘାତ କରିବା ସହ ସେଥିରେ କାଠ ପୂରାଇଦେଇଥିଲେ। ଏହାସହିତ ସେମାନେ ଛୁରିରେ ତଣ୍ଟି କାଟି ଝିଅଟିକୁ ହତ୍ୟା ଉଦ୍ୟମ କରିଥିଲେ।

Rape-Child-crime

ଏଭଳି ପୈଶାଚିକ କାଣ୍ଡ ଘଟାଇବା ପରେ ନିକଟସ୍ଥ ବୁଦାମୂଳେ ଝିଅଟିକୁ ଫୋପାଡି ଦେଇ ଚାଲି ଯାଇଥିଲେ । ଅତି ସଙ୍କଟାପର୍ଣ୍ଣ ଅବସ୍ଥାରେ କିଛି ସ୍ଥାନୀୟ ଲୋକେ ପୀଡ଼ିତାଙ୍କୁ ଅତି ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପରିବାରବର୍ଗ ଏ ନେଇ ପୁଲିସକୁ ଅବଗତ କରିଥିଲେ। ପୀଡ଼ିତାଙ୍କ ଅବସ୍ଥା ଦେଖି ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। । ଗୁରୁବାର ଦିନ ତାଙ୍କ ଶରୀରରେ ଏକାଧିକ ସର୍ଜରୀ କରାଯିବା ସହ ନଷ୍ଟ ହୋଇଯାଇଥିବା ଅନ୍ତ ବୁଜୁଳା କଢ଼ାଯାଇଛି। ଏହି ଘଟଣାରେ ପୁଲିସ୍ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଫାଷ୍ଟଟ୍ରାକ୍ କୋର୍ଟରେ ମାମଲାର ବିଚାର କରି ସମସ୍ତ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ଜୋରଦାର ଦାବି ହୋଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘଟଣାରେ ଗଭୀର କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଏଭଳି ଅପରାଧ କରିଥିବା ବ୍ୟକ୍ତି ସମାଜ ପାଇଁ ବୋଝ । ସେମାନଙ୍କର ବଂଚିବାର ଅଧିକାର ନାହିଁ ।