ବିଧାନସଭା ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଜମାନତ ରାଶି ରୂପେ ନେତା ଦେଲେ ୧୦ ହଜାର ଟଙ୍କା ଖୁଚୁରା ଟଙ୍କା : ତେବେ ଜାଣନ୍ତୁ କେଉଁଠାରେ ଘଟିଛି ଏପରି ଘଟଣା

୧୦ ହଜାର ଟଙ୍କାର ଖୁଚୁରାକୁ ଗଣିବାଲାଗି ୩ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା

64

କନକ ବ୍ୟୁରୋ : ନଭେମ୍ବର ମାସରେ ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ନେତା । ତେବେ ସରକାରଙ୍କ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଯେଉଁ ସବୁ ନିୟମ ରହିଛି ତାହାକୁ ପୂରଣ କରିବା ସମୟରେ ଜିଲ୍ଲା ନିର୍ବାଚନ ଅଧିକାରୀ ତାବୁକ ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ମଧ୍ୟପ୍ରଦେଶର ବାନ୍ଦୋର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଣେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଥିଲେ। ସେ ସେଠାରେ ନିଜର ପ୍ରାର୍ଥୀପତ୍ର ସହିତ ୧୦ ହଜାର ଟଙ୍କାର ଖୁଚୁରା ଦେଇଥିଲେ। ତାହା ଥିଲା ତାଙ୍କର ଜମାନତ ରାଶି।

 

ନିର୍ବାଚନ ଅଧିକାରୀ ଶାଶ୍ୱତ ଶର୍ମା କହିଛନ୍ତି ଦୀପକ ପାଓ୍ଵାର ଇନ୍ଦୋର ବିଧାନସଭା କ୍ଷେତ୍ରର କ୍ରମାଙ୍କ-୩ରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହି ୧୦ ହଜାର ଟଙ୍କାର ଖୁଚୁରାକୁ ଗଣିବାଲାଗି ୩ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ସେମାନେ ପ୍ରାୟ ତିନି ଘଣ୍ଟାପରେ ଗଣିବା ଶେଷ କରିଥିଲେ। ଏହାପରେ ଦୀପକ ପାଓ୍ଵାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଦୀପକଙ୍କ କହିବା ଅନୁଯାୟୀ ତାଙ୍କୁ ନୋଟ୍ ନ ମିଳିବାରୁ ସେ ଟଙ୍କିକିଆ ଓ ଦୁଇ ଟଙ୍କିଆ ମୁଦ୍ରା ସାଙ୍ଗରେ ନେଇ ଆସିଥିଲେ। ଦୀପକ ପାଓ୍ଵାର ପେଶାରେ ଜଣେ ଆଇନଜୀବୀ ଓ ସେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି ବୋଲି ଜଣାଯାଇଛି। ଏହି ଘଟଣା ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ଏହାସହ ସାରା ଦେଶରେ ଖୁଚୁରାକୁ ନେଇ ବଡ ସମସ୍ୟା ଦେଖାଯାଇଛି । କାରଣ ଅନେକ ଲୋକ ସେହିପରି ଖୁଚୁରା ଟଙ୍କା ନେବା ପାଇଁ ଇଚ୍ଛା କରୁନଥିବା ବେଳେ ଜଣେ ବିଧାନସଭା ଲଢିବା ପାଇଁ ଆସିଥିବା ପ୍ରାର୍ଥୀ ଏପରି ଭାବରେ ଦେବାରୁ ସ୍ଥାନୀୟ ଅଚଂଳରେ ଚର୍ଚ୍ଚାର ବିଷୟ ହୋଇଛି ।