ମଧ୍ୟପ୍ରଦେଶର ମନସୋରରେ ଭୀଷଣ ବର୍ଷା । ରାସ୍ତା ପାଲଟିଲା ଜଳାଶୟ, ଜଳସ୍ରୋତରେ କାର ଭାସିଯାଇ ୪ ମୃତ

32

କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ସାରାଦେଶରେ ବନ୍ୟା ଆଣିଛି ସମସ୍ୟା । କେରଳରୁ ଆରମ୍ଭ କରି ମଧ୍ୟପ୍ରଦେଶ, ମହାରଷ୍ଟ୍ର ଓ ଗୁଜରାଟରେ ବନ୍ୟାର ପ୍ରକୋପ ଦେଖିବାକୁ ମିଳିଛି । କେରଳରେ ଜଳପ୍ରଳୟ ଯୋଗୁଁ ୪ ଶହରୁ ଅଧିକ ପ୍ରାଣ ହରାଇଥିବାବେଳେ ମଧ୍ୟପ୍ରଦେଶ ମନସୋରରୁ ଆସିଛି ବନ୍ୟାର ହୃଦୟବିଦାରକ ଦୃଶ୍ୟ । ଲଗାଣ ବର୍ଷାରେ ହଠାତ ପାଣି ଆସିବା ଫଳରେ କାରଟି ନାଳ ଭିତରେ ଫସିଯାଇଥିଲା । ଆଉ ପାଣି ସୁଅରେ ଭାସିଯାଇଥିଲା କାର । କାରରେ ୪ ଜଣ ବ୍ୟକ୍ତି ଥିବା ସୂଚନା ମିଳିଛି । ଆଉ ସ୍ଥାନୀୟ ଲୋକେ କାରରେ ଫସିଥିବା ୪ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ।

 

ରସି ସହାୟତାରେ ଲୋକେ କାରରେ ଫସିଥିବା ୪ ଜଣଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲୋ କିନ୍ତୁ ପାଣିର ସୁଅ ଏତେ ପ୍ରଖର ଥିଲା ଯେ, ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ତେବେ ଏଥିରେ କାରରେ ଥିବା ୪ଜଣ ଲୋକ ପ୍ରାଣ ହାରଇ ଥିବା ସୂଚନା ମିଳିଛି । ଚଳିତ ବର୍ଷ ଦେଶର ଅନେକ ସ୍ଥାନରେ ବର୍ଷା ହୋଇ ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି । ବନ୍ୟାରେ ବହୁଗୁଡିଏ ରାସ୍ତା ଧୋଇଯାଇଥିବାରୁ ବନ୍ୟା ପୀଡିତଙ୍କୁ ସଠିକ ସମୟରେ ସହାୟତ ଯୋଗାଇ ହେଉନଥିବା ଲୋକମାନେ ଅଭିଯୋଗ କରିଛନ୍ତି । ହେଲେ ମଧ୍ୟ ପ୍ରଦେଶର ସରକାର ବନ୍ୟା ପୀଡିତଙ୍କୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ ଯୋଗାଇ ଦେବେ ବୋଲି ଜଣେ ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି ।