ଭୁବନେଶ୍ୱରରେ ଧକ୍ ଧକ୍ ଗର୍ଲ । ମ୍ୟାଚ୍ ପୂର୍ବରୁ ଦର୍ଶକଙ୍କୁ ମତୁଆଲା କରିବେ ମାଧୁରୀ

486

କନକ ବ୍ୟୁରୋ : ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ୍ । ଉଦଘାଟନୀ ଉତ୍ସବରେ “ଦି ଆର୍ଥ ସଙ୍ଗ”ରେ ନୃତ୍ୟ ପରିବେଷଣ କରିବେ ମାଧୁରୀ । ଏଥିପାଇଁ ଗୋଟିଏ ଦିନ ପୂର୍ବରୁ ରାଜଧାନୀରେ ପହଞ୍ଚିଛନ୍ତି ଧକ୍ ଧକ୍ ଗର୍ଲ । ପ୍ରାୟ ୧୧ଶହ କଳାକାରଙ୍କ ସହ ନୃତ୍ୟ ପ୍ରଦର୍ଶନ କରିବେ ମାଧୁରୀ । ମାଧୁରୀଙ୍କ ଏକ ଝଲକ ପାଇଁ ଦର୍ଶକମାନଙ୍କ ମଧ୍ୟରେ ନାହିଁନଥିବା ଉକ୍ରଣ୍ଠା ଦେଖିବାକୁ ମିଳିଛି । ହକି ବିଶ୍ୱ କପର ଥିମ୍ ରହିଛି ଏକତ୍ରିତ ବିଶ୍ୱର ଶକ୍ତି । “ଦି ଆର୍ଥ ସଙ୍ଗ” ମାଧ୍ୟମରେ ଏହି ଥିମକୁ ପ୍ରଦର୍ଶନ କରାଯିବ । ଏହାର ମୁଖ୍ୟ ଚରିିତ୍ର “ମଦର ଆର୍ଥ”ରେ ରହିବେ ଧକ ଧକ ଗାର୍ଲ ମାଧୁରୀ ଦିକ୍ଷିତ ।

ମାଧୁରୀଙ୍କ ସହ ୧୧୦୦ କଳାକାର ନୃତ୍ୟ ପରିବେଷଣ କରିବେ ।  ପ୍ରାୟ ୪୦ ମିନିଟ ଧରି ହେବାକୁ ଥିବା ଏହି ନୃତ୍ୟ ପ୍ରଦର୍ଶନରେ ୫ଟି ଆକ୍ଟ ପ୍ରଦର୍ଶିତ ହେବ । ସାମକ ଡାଭରଙ୍କ କୋରିଅଗ୍ରାଫି ଏବଂ ରନଜିତ ବାରୋଟଙ୍କ ସଙ୍ଗିତରେ ନାଚିବେ ମାଧୁରୀ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ନୁପୁର ମହାଜନ । ଦେଶୀ ଓ ବିଦେଶୀ ଫର୍ମରେ ନୃତ୍ୟୁ ପରିବେଷଣ କରିବେ । କଳିଙ୍ଗ ଷ୍ଟାଡିୟମ୍ ଉଦଘାଟନୀ ମଂଚରେ କଂଟେମ୍ପୋରାରି, କ୍ଲାସିକାଲ, ଜାଜ୍, ବାଲେଟ, ଆଫ୍ରୋ, ଶାସ୍ତ୍ରୀୟ, ଓଡିଶୀ, ମୋହିନିଆଟ୍ଟମ ଏବଂ କଥକ ପରବେଷଣ କରିବେ ମାଧୁରୀ ଦୀକ୍ଷିତ୍ ।