ନାଚିବେ ବଲିଉଡର ଧକ୍ ଧକ୍ ଗାର୍ଲ ମାଧୁରୀ, ମତୁଆଲା ହେବେ ଦର୍ଶକ । 

269

କନକ ବ୍ୟୁରୋ : ନଭେମ୍ବର ୨୭ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱକପ ହକିର ଓପନିଂ ସେରେମନିରେ ଧକ ଧକ ଗାର୍ଲ ମାଧୁରୀ ଦୀକ୍ଷିତ ପରଫର୍ମ କରିବେ । ପ୍ରାୟ ୧୧ଶହ କଳାକାରଙ୍କ ସହ ନୃତ୍ୟ ପ୍ରଦର୍ଶନ କରିବେ ମାଧୁରୀ । ମାଧୁରୀଙ୍କ ଏକ ଝଲକ ପାଇଁ ଦର୍ଶକମାନଙ୍କ ମଧ୍ୟରେ ନାହିଁନଥିବା ଉକ୍ରଣ୍ଠା ଦେଖିବାକୁ ମିଳିଛି । ସେପଟେ ବିଶ୍ୱକପ ହକି ପାଇଁ ଫ୍ରାନ୍ସ ଟିମ ଭୁବନେଶ୍ୱରରେ ପହଂଚିଛି ।

ପାୱାର ଅଫ ଏ ୟୁନାଇଟେଡ ୱାଲ୍ଡ—-ଏକ ଏକତ୍ରିତ ବିଶ୍ୱର ଶକ୍ତି । କିଛି ଏହିପରି ଥିମ ରହିଛି ବିଶ୍ୱକପ ହକିର ଓପନିଂ ସେରମନିରେ । ଏହି ଥିମକୁ ଥିଏଟର ଏବଂ ଡାନ୍ସ ବାଲେଟ “ଦି ଆର୍ଥ ସଙ୍ଗ” ମାଧ୍ୟମରେ ପ୍ରଦର୍ଶନ କରାଯିବ । ଏହାର ମୁଖ୍ୟ ଚରିିତ୍ର “ମଦର ଆର୍ଥ”ରେ ରହିବେ ଧକ ଧକ ଗାର୍ଲ ମାଧୁରୀ ଦିକ୍ଷିତ । ମାଧୁରୀଙ୍କ ସହ ରହିବେ ୧୧୦୦ କଳାକାର ।  ପ୍ରାୟ ୪୦ ମିନିଟ ଏହି ନୃତ୍ୟ ପ୍ରଦର୍ଶନରେ ୫ଟି ଆକ୍ଟ ପ୍ରଦର୍ଶିତ ହେବ । ସାମକ ଡାଭରଙ୍କ କୋରିଅଗ୍ରାଫି ଏବଂ ରନଜିତ ବାରୋଟଙ୍କ ସଙ୍ଗିତରେ ନାଚିବେ ମାଧୁରୀ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ନୁପୁର ମହାଜନ ।

ଦି ଆର୍ଥ ସଙ୍ଗରେ ରହିବ କଂଟେମ୍ପୋରାରି, କ୍ଲାସିକାଲ,ଜାଜ୍, ବାଲେଟ, ଆଫ୍ରୋ, ଶାସ୍ତ୍ରୀୟ, ଓଡିଶୀ, ମୋହିନିଆଟ୍ଟମ ଏବଂ କଥକ ।  ଡ୍ରାମ ଡାଏଲଗ ଏବଂ ମ୍ୟୁଜିକରେ ଏକତାର ବାର୍ତା ଦିଆଯିବାକୁ ପ୍ରୟାସ କରିଛି ପୁରା ଟିମ । ପୁରା କାହାଣୀକୁ କହିବେ ମଦର ଆର୍ଥ । କୋରିଓଗ୍ରାଫର ସାମକ ଡାଭର କହିଛନ୍ତି  ଏହା ଅତ୍ୟନ୍ତ ଚ୍ୟାଲେଜିଂ ଏବଂ ଥ୍ରିଲିଂ । ମାଧୁରୀଙ୍କ ସହ ପ୍ରଦର୍ଶନ ଏକ ମାଇଲଷ୍ଟୋନ ହେବ ।

ସେପଟେ ବିଶ୍ୱକପ ହକିରେ ଭାଗ ନେବା ପାଇଁ ଫ୍ରାନ୍ସ ଦଳ ଭୁବନେଶ୍ୱରରେ ପହଂଚିଛନ୍ତି । ମ୍ୟାଚକୁ ନେଇ ବେଶ ଆଶାବାଦୀ ଅଛନ୍ତି ଏହି ଦଳ । ବିଶ୍ୱକପ ଯେତିକି ପାଖେଇ ଆସୁଛି ରାଜଧାନୀରେ ହକି ଫିଭର ସେତିକି ବଢିବାରେ ଲାଗିଛି । ଆଉ ଏସବୁ ଭିତରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଏହି ବିଶ୍ୱକପ ହକି ପ୍ରତିଯୋଗିତାରେ କିଏ ବାଜି ମାରିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।