ମାଡ଼ାମ୍ ତୁସାଦର ମିଶନ ଦିଲ୍ଲୀ ! ଭାରତୀୟ ନେବେ ମହମ ମ୍ୟୁଜିୟମର ମଜା

57

ବିଶ୍ୱର ଅଗ୍ରଣୀ ପରିଦର୍ଶନକାରୀ ଆକର୍ଷଣୀୟ ମାଡାମ୍ ତୁସାଦ ମ୍ୟୁଜିୟମକୁ ଦିଲ୍ଲୀରେ ଖୋଲାଯାଇଛି । ଆଉ ଏହା ୨୩ ତମ ସଂସ୍କରଣ ଅଟେ । ଏବେ ଭାରତୀୟ ଏବେ ଏହାର ମଜା । ଦିଲ୍ଲୀର ସବୁଠୁ ଅଧିକ ପରିଦର୍ଶନ କରାଯାଉଥିବା ସ୍ଥାନ କନ୍ନଟ ପ୍ଲେସର ଐତିହାସିକ ରେଗାଲ୍ ବିଲଡିଂରେ ଏହାକୁ ଖୋଲଯାଇଛି । ମାଡାମ୍ ତୁସାଡ ପରିଦର୍ଶନକାରୀଙ୍କୁ ସେଲିବ୍ରିଟି ଏବଂ ପ୍ରସିଦ୍ଧି ଭିତ୍ତିରେ ଇଣ୍ଟରଆକ୍ଟିଭ୍ ଅନୁଭୂତି ପ୍ରଦାନ କରିବ । ସାରା ବିଶ୍ୱ ଏବଂ ଭାରତର ତାରକା ଖଚିତ ବିଭିନ୍ନ ବର୍ଗର ସେଲିବ୍ରିଟିଙ୍କ ସହ ଏଠାରେ ଆକର୍ଷଣ ହେଉଛି ଇତିହାସ , କ୍ରୀଡା , ସଂଗୀତ , ସିନେମା ଓ ରାଜନୀତି କ୍ଷେତ୍ରର ୫୦ ଜଣ ବ୍ୟକ୍ତିଙ୍କ ଜୀବନ ମୂର୍ତ୍ତି ।

ମାଡାମ୍ ତୁୁସାଡସର ଲଣ୍ଡନ, ଲାସ୍ ଭେଗାସ୍ , ନ୍ୟୁୟର୍କ, ଓରଲାଣ୍ଡୋ, ସାନଫ୍ରାନ୍ସିସ୍କୋ, ୱାଶିଂଟନ୍ ଡିସି , ଆମଷ୍ଟରଡ୍ୟାମ୍ , ବର୍ଲିନ୍ , ଭିଏନା, ବ୍ୟାଙ୍କକ୍ ,ବେଜିଂ , ହଂକଂ , ଟୋକିଓ , ସାଂଘାଇ , ସିଙ୍ଗାପୁର, ଉହାନ, ବ୍ଲାକପୁଲ୍ ୟୁକେ , ସିଡନୀ , ନାସଭିଲେ ଓ ଦିଲ୍ଲୀରେ ମହମର ଆକର୍ଷଣ ରହିଛି । ଯାହାକୁ ପ୍ରସିଦ୍ଧ ସେଲିବ୍ରିଟିମାନଙ୍କୁ ନେଇ ପ୍ରସ୍ତୁତ କରାଯାଇଛି । ମାଡାମ୍ ତୁସାଡ ଦୀର୍ଘ ୧୫୦ ବର୍ଷରୁ ଅଧିକ ସମୟ ହେଲାଣି ମହମ ମୂର୍ତ୍ତି ପ୍ରସ୍ତୁତ କରୁଛି । ପ୍ରତି ମାଷ୍ଟରପିସ୍ ପ୍ରସ୍ତୁତ କରିବାକୁ ଚାରି ମାସ ସମୟ ଲାଗିଥାଏ । ୨୦ ଜଣ କାରିଗର ନିୟୋଜିତ ହୋଇଥାନ୍ତି । ୫୦୦ପ୍ରକାର ଶରୀର ଆକାରକୁ ଅନୁଧ୍ୟାନ କରାଯାଏ । ଅସଲି ମୁଣ୍ଡ କେସ ଗୋଟିଏ ପରେ ଗୋଟିଏ ଭର୍ତ୍ତି କରାଯାଏ । ଫଳରେ ମୂର୍ତ୍ତିକୁ ଦେଖିଲେ ଅବିକଳ ଅସଲ ମଣିଷ ଭଳି ମନେହୁଏ । ଦୀର୍ଘ ଦୁଇ ଶତାଦ୍ଦୀ ଧରି ଏହା ମାଡାମ୍ ତୁୁସାଡସକୁ ଲୋକପ୍ରିୟ କରିଛି ।

ଅଂଚଳ ଭିତ୍ତିକ ମନୋରଂଜନ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ସଂସ୍ଥା ହେଉଛି ମର୍ଲିନ ଏଣ୍ଟରଟେନମେଣ୍ଟ ପିଏଲସି । ବିଶ୍ୱ ସ୍ତରରେ ଏହା ୟୁରୋପରେ ଏକ ନମ୍ବର ଓ ସାରା ବିଶ୍ୱରେ ଦୁଇ ନମ୍ବର ଆକର୍ଷଣ ଅପରେଟର ଯାହା ୪ଟି ମହଦେଶର ୨୪ଟି ବିଭିନ୍ନ ରାଷ୍ଟ୍ରରେ ରହିଛି । କଂପାନୀର ଲକ୍ଷ୍ୟ ହେଉଛିି ସାରା ବିଶ୍ୱରେ ଥିବା ଏହାର ୬୦ ନିୟୁତ ପରିଦର୍ଶନକାରୀଙ୍କୁ ଆଇକନିକ୍ ବିଶ୍ୱସ୍ତରୀୟ ଏବଂ ସ୍ଥାନୀୟ ବ୍ରାଣ୍ଡ୍ ଜରିଆରେ ଅବିସ୍ମରଣୀୟ ଅନୁଭୂତି ପ୍ରଦାନ କରିବା ଏବଂ ଏହାର ୨୯ ହଜାର କର୍ମଚାରୀ( ପିକ୍ ସିଜନ୍)ପାଇଁ ପ୍ରବଳ ଆଗ୍ରହୀ ଏବଂ ପ୍ରତିଶ୍ରୁତିବଦ୍ଧ ।

ଆଉ ମଧ୍ୟ ସାତ ଦିନ ପାଇଁ ଦିଲ୍ଲୀର ଏହି ତୁସାଦ ମ୍ୟୁଜିୟମକୁ ଲୋକଙ୍କ ପରିଦର୍ଶନ ପାଇଁ ଖୋଲା ଯିବାର ଯୋଜନା ରହିଛି ଏବଂ ବୟସ୍କଙ୍କ ପାଇଁ ପ୍ରବେଶ ଟିକେଟ୍ ୯୬୦ ଟଙ୍କା ରହିଥିବା ବେଳେ ଛୋଟ ପିଲାମାନଙ୍କ ପାଇଁ ୭୬୦ ଟଙ୍କା ରହିଛି ।

( ସୌଜନ୍ୟ- ନ୍ୟୁଜ୍ -୧୮)