ଚେନାବ ନଦୀରେ ଖସିପଡ଼ିଲା ତୀର୍ଥଯାତ୍ରୀ ବସ୍, ୧୧ ଶ୍ରଦ୍ଧାଳୁ ମୃତ ୯ ଆହତ, ମାଛିଲ ଯାତ୍ରାରୁ ଫେରୁଥିବାବେଳେ ବସ ଦୁର୍ଘଟଣାଗ୍ରସ୍ତ

32

କନକ ବ୍ୟୁରୋ : ଚେନାବ୍ ନଦୀରେ ବସ ଓଲଟି ୧୧ଜଣ ତୀର୍ଥ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିବା ବେଳେ ୯ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଘଟଣାଟି ଆଜି ସକାଳେ ହୋଇଛି । ତେବେ ଜାମ୍ମୁରୁ ୨୮କିଲୋମିଟର ଦୂରରେ ଥିବା କିଶତଓ୍ୱାଡ ନିକଟରେ ବସ ଭାରସ୍ୟାମ ହରାଇ ଚେନାବ ନଦୀରେ ପଡିଯାଇଥିଲା । ତେବେ ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ କିଶତଓ୍ୱାଡ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହ ସମସ୍ତ ମୃତ ଦେହକୁ ଉଦ୍ଧାର କରିଛନ୍ତି ।

 

ତେବେ ମାଚେଲ ମାତା ଯାତ୍ରାରେ ଚଳିତ ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି । ତେବେ ଘଟଣାରେ କିଶତଓ୍ୱାଡ ପୋଲିସର ଏକ ଟିମ ଲୋକମାନଙ୍କୁ ଉଦ୍ଧାର କରୁଥିବା ନେଇ ସ୍ଥାନୀୟ ପୋଲିସ ପକ୍ଷରୁ ଟୁଇଟ କରାଯାଇ ସୂଚନା ଦିଆଯାଇଛି । ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ବସଟି ରାସ୍ତାରେ ଯାଉଥିବା ସମୟରେ କେହି କିଛି ବୁଝିବା ପୂର୍ବରୁ ହଠାତ ନଦୀ ଗର୍ଭରେ ବସଟି ଖସି ପଡିଥିଲା । ହେଲେ ସ୍ଥାନୀୟ ଲୋକ ଓ ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଆହତ ଓ ମୃତକଙ୍କୁ ଉଦ୍ଧାର କରାଯାଇଛି । ତେବେ ଘଟଣା ପରେ ସ୍ଥାନୀୟ ଅଚଂଳରେ ଶୋକର ଛାୟା ଖେଳିଯାଇଛି ।