ଆତଙ୍କବାଦ ପ୍ରମୁଖ ମସୁଦ୍ ଅଜହରକୁ ବ୍ୟାନ୍ କରିବା ପାଇଁ ଆଗକୁ ଆସିବେ ଆମେରିକା,ଫ୍ରାନ୍ସ ଏବଂ ବ୍ରିଟେନ୍ ! ଫ୍ରାନ୍ସ ସଂଯୁକ୍ତ ରାଷ୍ଟ୍ର ଆଣିବ ପ୍ରସ୍ତାବ । 

256

ଏକ ମହତ୍ତ୍ୱପୂର୍ଣ୍ଣ ଘଟଣାକ୍ରମ ଅନୁସାରେ ଆଗାମୀ କିଛି ଦିନ ଭିତରେ ଫ୍ରାନ୍ସ ସଂଯୁକ୍ତ ରାଷ୍ଟ୍ରରେ ମସୁଦ୍ ଅଜହର ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ଏକ ପ୍ରସ୍ତାବ ଅଣାଯିବ । ଏକ ଫ୍ରାନ୍ସ ଏଜେନ୍ସୀ ତରଫରୁ ମଙ୍ଗଳବାର ଏହି ସୂଚନା ମିଳିଛି । ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ନିଷିଦ୍ଧ ସଂଗଠନ ଜେସ୍-ଏ-ମହମ୍ମଦ ନିକଟରେ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଦେଶର ୪୦ ରୁ ଅଧିକ ସିଆରପିଏଫ୍ ଯବାନ ସହିଦ୍ ହୋଇଗଲେ । ୨୦୦୯ ଏବଂ ୨୦୧୬ ରେ ଅଜହର ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ଭାରତ ସଂଯୁକ୍ତ ରାଷ୍ଟ୍ର ପ୍ରତିବନ୍ଧ ସମିତି ୧୨୬୭ ପାଖକୁ ଯାଇଥିଲା । ଅଜହର ଜାନୁଆରୀ ୨୦୧୬ ମସିହାରେ ପଠାନକୋଟ୍ ବାୟୁସେନା ଆଡ୍ଡାରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ।

୨୦୧୬ ରେ ଆମେରିକା,ବ୍ରିଟେନ୍ ଏବଂ ଫ୍ରାନ୍ସ ମଧ୍ୟ ଏହି ପ୍ରସ୍ତାବରେ ଭାରତ ସହ ଥିଲେ । ୨୦୧୭ ରେ ଆମେରିକା ବ୍ରିଟେନ୍ ଏବଂ ଫ୍ରାନ୍ସର ସମର୍ଥନରେ ସଂଯୁକ୍ତ ରାଷ୍ଟ୍ର ପ୍ରତିବନ୍ଧ ସମିତି ୧୨୬୭ ରେ ଏକ ପ୍ରସ୍ତାବ ପ୍ରେରିତ କରାଯାଇଥିଲା ଯେଉଁଥିରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନର ପ୍ରମୁଖ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ କୁହାଯାଇଥିଲା । କିନ୍ତୁ ପୂର୍ବଥର ଚୀନ୍ ଏହି ମାମଲାରେ କଣ୍ଟା ସାଜିଥିଲା । ଏକ ବରିଷ୍ଠ ଫ୍ରାନ୍ସ ସୂତ୍ରରୁ ଜଣାପଡିଛି ଯେ ଫ୍ରାନ୍ସ ସଂଯୁକ୍ତ ରାଷ୍ଟ୍ର ମସୁଦ୍ ଅଜହରକୁ ଆତଙ୍କୀ ସୁତ୍ରରେ ପକାଇବା ପାଇଁ ଏହି ପ୍ରସ୍ତାବର ନେତ୍ୱତ୍ୱ ନେବ । ଏହା ଆଗାମୀ କିଛି ଦିନ ଭିତରେ ଆରମ୍ଭ ହେବାକୁ ଯାଉଛି । ସୂତ୍ର ମୁତାବକ ଏଥର ମଧ୍ୟ ଅନ୍ୟ ରାଷ୍ଟ୍ରମାନେ ଫ୍ରାନ୍ସର ଏହି ପ୍ରସ୍ତାବକୁ ସମର୍ଥନ ଦେବେ ।