ଦୀର୍ଘ ୯ବର୍ଷ ପରେ ଖୋଲିଲା ବଲାଙ୍ଗିରର ମାଆ ସମଲାଇଙ୍କ ହୁଣ୍ଡି : ପ୍ରଚୁର ପରିମାଣରେ ୫ଶହ ଓ ହଜାରେ ଟଙ୍କିଆ ଅଚଳ ନୋଟ

14

ବଲାଙ୍ଗିର : ବଲାଙ୍ଗିରସ୍ଥିତ ମାଆ ସମଲେଶ୍ୱରୀଙ୍କ ଦାନହୁଣ୍ଡିରୁ ବାହାରିଛି ବିପୁଳ ପରିମାଣର ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ୍ । ଏହା ସହ ବହୁ ପରିମାଣର ଖୁଚୁରା ଟଙ୍କା ମଧ୍ୟ ବାହାରିଛି । ବିମୁଦ୍ରାକରଣ ପରେ ବେଶ୍ କିଛି ଅଚଳ ନୋଟ୍ ମାଆଙ୍କ ହୁଣ୍ଡିରେ କଳାଧନ ଗଚ୍ଛିତ କରିଥିବା ଲୋକ ପକାଇଥିବା ନେଇ ମଧ୍ୟ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି ।

ସେପଟେ ଦୀର୍ଘ ୯ ବର୍ଷ ପରେ ଏହି ହୁଣ୍ଡି ଖୋଲାଯାଇଛି । ଏହା ଦାନ ଅର୍ଥର ପରିମାଣ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଟଙ୍କାର ଗଣିବା କାମ ଜାରି ରହିଛି । ଏହି ଅର୍ଥ ଗଣା ସରିବା ପରେ ବ୍ୟାଙ୍କରେ ଜମା କରାଯିବ ଏବଂ ମନ୍ଦିରର ଉନ୍ନତିମୂଳକ କାମରେ ଏହାକୁ ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ଦେଖନ୍ତୁ ଏହି ଭିଡିଓ –