ଠାକୁରଙ୍କ ସୁରକ୍ଷା ପାଇଁ ଭାଙ୍ଗିଲା ପରମ୍ପରା ! କେନ୍ଦ୍ରାପଡା ସାତଭାୟାରେ ମାଆ ପଂଚୁବରାହୀଙ୍କୁ ସ୍ଥାନାନ୍ତର ପାଇଁ ମହିଳାଙ୍କ ପରିବର୍ତ୍ତେ ନିୟୋଜିତ ହେଲେ ପୁରୁଷ ଶ୍ରମିକ

47

କନକ ବ୍ୟୁରୋ : କେନ୍ଦ୍ରାପଡା ସାତଭାୟାରେ ଥିବା ମାଆ ପଂଚୁ ବରାହୀଙ୍କୁ ଆଜି ସ୍ଥାନାନ୍ତର କରାଯିବ । ସମୁଦ୍ରର ଜଳପତନ ବୃଦ୍ଧି ପାଉଥିବାରୁ ସାତଭାୟାରେ ଥିବା ଏହି ମନ୍ଦିର ବଙ୍ଗୋପ ସାଗର ଗର୍ଭରେ ଲୀନ ହେବା ପୂର୍ବରୁ ଏହାକୁ ସ୍ଥାନାନ୍ତର କରାଯାଉଛି । ବଙ୍ଗୋପସାଗର କୂଳରେ ଥିବା ୭ଟି ପଡା ମଧ୍ୟରୁ ୪ଟି ସମୁଦ୍ରରେ ଲୀନ ହୋଇସାରିଛି ।

ବାକି ତିନିଟି ଗାଁ ଲୀନ ହେବା ଆଗରୁ ପ୍ରାୟ ୫ଶହ ୭୧ ପରିବାରକୁ ସ୍ଥାନାନ୍ତର ପାଇଁ ବଗପଟିଆରେ ବ୍ୟବସ୍ଥା କରାଯାଇଛି । ତେବେ ମାଆ ପଂଚୁ ବରାହୀଙ୍କୁ କେବଳ ମହିଳାମାନେ ପୂଜା କରିବାର ପ୍ରାୟ ୪ଶହ ବର୍ଷର ପରମ୍ପରା ରହିଆସିଛି । ଆଉ ଏହି ପରମ୍ପରାକୁ ପୂର୍ବରୁ ସମସ୍ତେ ବେଶ ଶ୍ରଦ୍ଧା ସହକାରେ ମାନୁଥିଲେ । ତେବେ ଏବେ ଅବସ୍ଥାକୁ ଦୃଷ୍ଟିରେ ରଖିଲେ ଦେଖାଯାଉଛି ଏହି ପରମ୍ପରାକୁ ବଜାୟ ରଖିବା ସମ୍ଭବ ନୁହେଁ । କିନ୍ତୁ ଏବେ ୧୨ କିଲୋମିଟର ଦୂର ବଗପଟିଆରେ ନିର୍ମିତ ନୂଆ ମନ୍ଦିରକୁ ଠାକୁର ସ୍ଥାନାନ୍ତର ହେଉଥିବାରୁ ମାଆଙ୍କୁ ପୁରୁଷ ଶ୍ରମିକମାନେ ସ୍ଥାନାନ୍ତର କରିବା ଜରୁରୀ ହୋଇପଡିଛି । ଆଉ ଏଥିପାଇଁ ୪ଶହ ବର୍ଷର ପ୍ରାଚୀନ ପରମ୍ପରାକୁ ଭାଙ୍ଗିବା ପାଇଁ ପଡ଼ୁଛି ।