ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଙ୍କ ହୁଣ୍ଡି ଖୋଲାଯାଇଛି

41

ରାୟଗଡା : ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଙ୍କ ମନ୍ଦିରର ଆଜି କଡା ସୁରକ୍ଷା ମଧ୍ୟରେ ହୁଣ୍ଡି ଖୋଲାଯାଇଛି । ଚଳିତବର୍ଷ ୨ୟ ଥର ପାଇଁ ମାଙ୍କ ହୁଣ୍ଡି ଖୁଲାଯାଇଛି । ଏଥର ଏହି ଟଙ୍କା ଗଣାର ଦାୟିତ୍ୱ ଆନ୍ଧ୍ର ବ୍ୟାଙ୍କ ନେଇଛି । ମାଙ୍କ ନିକଟରେ ରାଜ୍ୟ ତଥା ରାଜ୍ୟ ବାହାରୁ ହାଜର ହଜାର ଭକ୍ତଙ୍କ ଭିଡ ଲାଗେ । ତେବେ ଏହି ଟଙ୍କା ଗଣା କାର୍ଯ୍ୟରେ ମନ୍ଦିର କମିଟି ,ସତ୍ୟସାଇବାବ ସେବା ସଂଘ ,ଆନ୍ଧ୍ରବ୍ୟାଙ୍କ କର୍ମଚାରୀଙ୍କ ସହ ଭେଙ୍କେଟେଶ୍ୱର ମନ୍ଦିର କମିଟି ସହଯୋଗ କରିଛନ୍ତି ।