ମୋଦିଙ୍କ ବିଶ୍ୱ ରେକର୍ଡ ! ଲୋକପ୍ରିୟତାରେ ଟ୍ରମ୍ପଙ୍କୁ ପଛରେ ପକାଇଲେ ଭାରତର ପ୍ରଧାନମନ୍ତ୍ରୀ

32

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୁରିଲା ୩ବର୍ଷ । ଏହି ୩ ବର୍ଷ ପୂର୍ତ୍ତି ଅବସରରେ ଯେତିକି ସର୍ଭେ କରାଯାଇଛି ସେଥିରେ ସାମ୍ନାକୁ ଆସିଛି ଦିନକୁ ଦିନ ବଢୁଥିବା ମୋଦିଙ୍କ ଲୋକପ୍ରିୟତା । ଯାହାର ପ୍ରମାଣ ହେଉଛି ଫେସବୁକରେ ମୋଦିଙ୍କ ଫଲୋଅର୍ସ ସଂଖ୍ୟା ।

ଇକନୋମିକ୍ ଟାଇମ୍ସର ରିପୋର୍ଟ ଅନୁସାରେ, ଆମେରିକା ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପଙ୍କ ଠାରୁ ଅଧିକ ହେଉଛନ୍ତି ମୋଦିଙ୍କ ଫଲୋଅର୍ସ । ଫେସବୁକ୍ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୧୪ ଲୋକସଭା ନିର୍ବାଚନ ସମୟରେ ମୋଦିଙ୍କ ଫଲୋଅର୍ସଙ୍କ ସଂଖ୍ୟା ଥିଲା ୧୪ ମିଲିୟନ୍ । ଆଉ ଆଜି ତିନି ବର୍ଷ ପରେ ଏହି ସଂଖ୍ୟା ବଢି ହୋଇଛି ୪୧.୯ ମିଲିୟନ୍ ।

୨୦୧୬ରେ ଯେତେବେଳେ ଟ୍ରମ୍ପ୍ ନିର୍ବାଚନ ଜିତି ହ୍ୱାଇଟ୍ ହାଉସ୍ ଯାଇଥିଲେ ସେତେବେଳେ ଲୋକପ୍ରିୟତା ମାମଲାରେ ସେ ଥିଲେ ମୋଦିଙ୍କ ପଛରେ ଅର୍ଥାତ୍ ଦ୍ୱିତୀୟ ସ୍ଥାନରେ ଥିଲେ । ଏବେ ଟ୍ରମ୍ପଙ୍କୁ କେବଳ ୨୨ ମିଲିୟନ୍ ଲୋକ ଫଲୋ କରୁଛନ୍ତି । ଯାହା ମୋଦିଙ୍କ ଠାରୁ ଅନେକ ପଛରେ । ତେବେ ଆଜି ଯାଏଁ ଲୋକପ୍ରିୟତା ମାମଲାରେ କୌଣସି ୱଲର୍ଡ ଲିଡର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କୁ ଟପି ପାରିନାହିଁ । ରାଜନୀତିରୁ ସନ୍ନ୍ୟାସ ନେଇ ସାରିଥିବା ଓବାମାଙ୍କ ଏବେ ୫୪ମିଲିୟନ୍ ଫଲୋଅର୍ସ ଅଛନ୍ତି ।