ଓଡିଶାରେ ଗଡ଼ିବ ସ୍ୱତନ୍ତ୍ର ବିଳାସପୂର୍ଣ୍ଣ ଟ୍ରେନ ! ସରକାରଙ୍କୁ ପ୍ରସ୍ତାବ ଦେଲେ ରେଳ ବିଭାଗ

34

କନକ ବ୍ୟୁରୋ : ଓଡିଶାରେ ସ୍ୱତନ୍ତ୍ର ବିଳାସପୂର୍ଣ୍ଣ ଟ୍ରେନ ଚଳାଚଳ ପାଇଁ ପ୍ରସ୍ତାବ । ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ରେଳ ବିଭାଗ କର୍ତୃପକ୍ଷ । ସଚିବାଳୟରେ ରେଳ ବିଭାଗ ଅଧିକାରୀଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ହୋଇଛି । ଓଡିଶାର ପର୍ଯ୍ୟଟନର ବିକାଶର ସମ୍ଭାବନା ଥିବାରୁ ଏ ପ୍ରସ୍ତାବକୁ ସରକାର ବିଚାରବିମର୍ଷ କରୁଛନ୍ତି । ଏହି ବିଳାସପୂର୍ଣ୍ଣ ଟ୍ରେନ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯାତ୍ରା କରିବାର ଯୋଜନା ରହିଛି ।

ଖାସକରି ବିଦେଶୀ ପର୍ଯ୍ୟଟକ ଓ ଭିଭିଆଇପି ଲୋକଙ୍କ ପାଇଁ ଏହି ଟ୍ରେନ ଚଳାଚଳ କରିବ । ବିଭିନ୍ନ ରାଜ୍ୟରେ ଏହି ଲଗଜ୍ୟୁରୀ ଟ୍ରେନ ପୂର୍ବରୁ ଚଳାଚଳ ଆରମ୍ଭ କରିଛି । ତେଣୁ ଓଡ଼ିଶାରେ ମଧ୍ୟ ଖୁବଶୀଘ୍ର ଏଭଳି ଟେଅନ ଚଳାଚଳ କରିବ । ଏହି ଲଗଜ୍ୟୁରୀ ଟ୍ରେନରେ ଯାତ୍ରୀ ମାନେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ପାଇ ପାରିବେ । ବୈଠକରେ ମୁଖ୍ୟ ଶାସନ ସଚିବ, ପରିବହନ ସଚିବ, ରେଳ ବିଭାଗ କତୃପକ୍ଷ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।