ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି କୁମ୍ଭ ମେଳା : ମେଳାରେ ରାଜକୀୟ ଢ଼ଙ୍ଗରେ ସଜାଯାଇଛି ଟେଣ୍ଟ, ମିଳିବ ପଂଚ ତାରକା ହୋଟେଲ ଭଳି ସୁବିଧା

87

ପ୍ରୟାଗରାଜରେ କୁମ୍ଭ ମେଳାର ଆରମ୍ଭ ହୋଇସାରିଛି । ଦୁନିଆର କିଛି ସବୁଠାରୁ ବଡ ଧାର୍ମିକ ଅନୁଷ୍ଠାନ ମଧ୍ୟରୁ ଗୋଟିଏ ଏହି ମେଳାକୁ ୟୁନେସ୍କୋର ବି ମାନ୍ୟତା ମିଳିସାରିଛି । ଆଜି ପ୍ରଥମ ସ୍ନାନ ହେବ ଯାହାକି ୪ ମାର୍ଚ୍ଚ ଶିବରାତ୍ରି ଦିନ ସରିବ । ଏଥର କୁମ୍ଭ ମେଳାରେ ସାରା ଦୁନିଆରୁ ଆସୁଥିବା ତୀର୍ଥଯାତ୍ରୀଙ୍କୁ ଧ୍ୟାନରେ ରଖି ଏକ ବିଶେଷ ପଦକ୍ଷେପ ନିଆଯାଇଛି । ଏଠି ସଙ୍ଗମରେ ବିଳାସପୂର୍ଣ୍ଣ ଟେଣ୍ଟର ସୁବିଧା ଦିଆଯାଉଛି, ଯାହାର ଗୋଟିଏ ରାତିର ଭଡା ୧୦ହଜାର ଠାରୁ ଆରମ୍ଭ କରି ୩୫ ହଜାର ଟଙ୍କା । ଆସନ୍ତୁ ଜାଣିବା ଏହି ଟେଣ୍ଟର ବିଶେଷତ୍ୱ…

ଦିଲ୍ଲୀର ଏକ ପ୍ରାଇଭେଟ୍ କମ୍ପାନୀର ପଦକ୍ଷେପ ଉପରେ ତୀର୍ଥଯାତ୍ରୀଙ୍କୁ ବିଳାସପୂର୍ଣ୍ଣ ଟେଣ୍ଟ ଦେବାର ଯୋଜନା କରାଯାଇଛି । ୩୫ ହଜାର ମୂଲ୍ୟ ଥିବା ଗୋଟିଏ ଟେଣ୍ଟରେ ଦୁଇଟି ବେଡରୁମ୍ ଓ ଗୋଟିଏ ଲିଭିଙ୍ଗ ରୁମ୍ ଅଛି । ଏବଂ ସେହି ସମସ୍ତ ସୁବିଧା ମିଳିବ ଯାହା କୌଣସି ପଂଚ ତାରକା ହୋଟେଲରେ ମିଳେ । ବିଳାସପୂର୍ଣ୍ଣ ଟେଣ୍ଟର ସୁବିଧା ବିଶେଷ କରି ବିଦେଶୀ ଓ ଏନଆରଆଇ ତୀର୍ଥଯାତ୍ରୀଙ୍କୁ ଧ୍ୟାନରେ ରଖି ଆରମ୍ଭ କରାଯାଇଛି । ଏହି କୋଠରୀ ଗୁଡିକର ସେଟ୍ ପାଖାପାଖି ୯୦୦ ସ୍କେ୍ୱୟାର ଫିଟ୍ ରେ ବ୍ୟାପ୍ତ । ଏହି ଟେଣ୍ଟର ଆଖପାଖରେ ନିଜର ଗଙ୍ଗା ଘାଟ ଅଛି । ଯେଉଁଠି ଲୋକ ସ୍ନାନ କରିପାରିବେ, ଯେଉଁମାନେ ଟେଣ୍ଟର ଭଡା ଦେଇପାରିବେ ।

କୁହାଯାଉଛି କି, ମେଳା ସମୟରେ ପ୍ରୟାଗରାଜ ଓ ତା’ର ଆଖପାଖ ଅଂଚଳରେ ପାଖାପାଖି ୨୦୦ଟି ବିଳାସପୂର୍ଣ୍ଣ ଟେଣ୍ଟ ସହିତ ମୋଟ୍ ୬୦୦ଟି କଟେଜ୍ ଟେଣ୍ଟ ଲଗାଯାଇଛି । ଏହାର ପ୍ରସ୍ତୁତି ବହୁତ ପୂର୍ବରୁ ହୋଇସାରିଥିଲା ଓ ଏହାର ବୁକିଂ ମଧ୍ୟ ବହୁତ ପୂର୍ବରୁ ଆରମ୍ଭ ହୋଇସାରିଛି । ଏଥିରେ ଅନେକ ପ୍ରକାରର ସୁବିଧା ଅଛି, ଯେମିତିକି ଯୋଗ, ସାଇକ୍ଲିଙ୍ଗ, ୱାଟର ସ୍ପୋର୍ଟସ ଓ ନେଚୁରାପେଥି ସହିତ ଭଜନ ସନ୍ଧ୍ୟାର ବି ଆନନ୍ଦ ନେଇପାରିବେ । ଏହା ସହିତ ଟଙ୍କା ଦେଲେ ହେଲିକପ୍ଟରରେ ବସି ପୁରା ପ୍ରୟାଗରାଜର ଦୃଶ୍ୟ ଦେଖିପାରିବେ । ଏହା ବ୍ୟତୀତ ଟେଣ୍ଟର ଭିତରେ ସଂପୂର୍ଣ୍ଣ ରୂପେ ଶାକାହାରୀ ଖାଦ୍ୟ, ୱାଇଫାଇ ଓ ମେଡିଟେସନର ସୁବିଧା ମିଳିବ ।