ଆଜି ବି ଦୁନିଆରେ ବଂଚିଛି ମଣିଷ ପଣିଆ : ଭୁଲରେ ଗ୍ରାହକ ଛାଡ଼ିଯାଇଥିବା ୬୮ ହଜାର ଟଙ୍କା ଫେରାଇଲେ ଲଣ୍ଡ୍ରି ଦୋକାନୀ

56

କନକ ବ୍ୟୁରୋ : ଅଭାବ ଅସୁବିଧା କେବେ ଜଣେ ମଣିଷଙ୍କୁ ବିପଥଗାମୀ କରିପାରେ ନାହିଁ । ମଣିଷର ସଂସ୍କାର ଓ ମାନସିକତା ଉପରେ ସବୁ ନିର୍ଭର କରେ । ଆଜି ବି ଦୁନିଆରେ କିଛି ଲୋକ ଅଛନ୍ତି, ଯେଉଁମାନେ ମାନବିକତାକୁ ଉର୍ଦ୍ଧ୍ୱରେ ରଖନ୍ତି । ଟଙ୍କା ତାଙ୍କ ପାଇଁ ଗୁରୁତ୍ୱ ଦିଏ ନାହିଁ । ଆଜିକାଲିର ସ୍ୱାର୍ଥବାଦୀ ଦୁନିଆରେ ମଧ୍ୟ ଅଛନ୍ତି ନିସ୍ୱାର୍ଥପର ମଣିଷ । ଯେଉଁମାନେ ଦୁନିଆକୁ ନୂଆ ରାହା ଦେଖାନ୍ତି । ଏପରି ଏକ ଘଟଣା ଘଟିଛି ଜଳେଶ୍ୱରରେ ।

ଜଳେଶ୍ୱରର ଏକ ଲଣ୍ଡ୍ରି ଦୋକାନକୁ ଇସ୍ତ୍ରୀ ପାଇଁ ଆସିଥିବା ଏକ ପ୍ୟାଣ୍ଟରେ ଭୁଲରେ ରହିଯାଇଥିଲା ୬୮ ହଜାର ଟଙ୍କା । ତେବେ ଦୋକାନୀ ଜଣକ ସମ୍ପୃକ୍ତ ଗ୍ରାହକଙ୍କୁ ଏହି ଟଙ୍କା ଫେରାଇ ମହତ ପଣିଆ ଦେଖାଇଛନ୍ତି । ଆଜିକା ଦୁନିଆରେ ଏପରି ଲୋକ ଦେଖିବା ପାଇଁ ମିଳିବା କଷ୍ଟକର । ଦୋକାନୀ ଜଣକ ଚାହିଁଥିଲେ ଟଙ୍କାତକ ନେଇଯାଇପାରିଥାନ୍ତେ । କିନ୍ତୁ ସେ ଏପରି କଲେନାହିଁ । ତାଙ୍କର ଏହି ମହତପଣିଆ ଯୋଗୁଁ ଆଜିବି ଦୁନିଆରେ ମାନବିକତା ବଂଚି ରହିଛି ।