ଆଜି ଚନ୍ଦ୍ର ଗ୍ରହଣ ! ପାକତ୍ୟାଗ ଓ ଦେବନୀତି ଉପରେ କଟକଣା

139

କନକ ବ୍ୟୁରୋ : ଆଜି ଲାଗିବ ରାହୁଗ୍ରସ୍ତ ଚନ୍ଦ୍ରଗହଣ । ପାଞ୍ଜି ଅନୁଯାୟୀ ଆଜି ଆଂଶିକ ଚନ୍ଦ୍ରଗ୍ରହଣ ସ୍ଥାନେ ସ୍ଥାନେ ଦୃଶ୍ୟମାନ ହେବ । ତେଣୁ ଯେଉଁ ସ୍ଥାନରେ ଏହା ଦେଖା ଦେବ ସେଠାରେ ଗ୍ରହଣ ପାଳନ କରାଯିବ । ଗ୍ରହଣ ପାଇଁ ଆଜି ଅପରାହ୍ନ ୧ଟା ୫୨ରୁ ହାଣ୍ଡି ଛାଡ଼ ହେବ । ପାଞ୍ଜି ବିଶ୍ୱାସୀମାନେ ଆଜି ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତିକୁ ବାରଣ କରିବେ । ଏହି ସମୟରେ ଖାଇବାଠାରୁ ଆରମ୍ଭ କରି ରୋଷେଇ କରିବାରେ ମଧ୍ୟ ପ୍ରତବନ୍ଧକ ରହିବ । ଆଜି ରାତି ୧୦ଟା ୪୩ରେ ଚନ୍ଦ୍ରସ୍ପର୍ଶ ହେବ । ରାତି ୧୧ଟା ୪୯ ମିନିଟ୍ ୪୦ ସେକେଣ୍ଡରେ ମୋକ୍ଷ ଆରମ୍ଭ ହୋଇ ରାତି ୧୨ଟା ୫୦ ମିନିଟରେ ସର୍ବମୋକ୍ଷ ହେବ ବୋଲି ଜ୍ୟୋତିର୍ବିତ୍ ମାନେ ସୂଚନା ଦେଇଛନ୍ତି ।

ଚନ୍ଦ୍ରଗହଣ ସମୟରେ ଯେ କୌଣସି ବ୍ୟକ୍ତି ରାତିରେ ଖାଲି ଆଖିରେ ଏଭଳି ଦୃଶ୍ୟ ଦେଖି ପାରିବେ । ତେବେ ଗ୍ରହଣ ପାଇଁ ଅନ୍ନଭୋଜନ ଏବଂ ପାକତ୍ୟାଗ କଟକଣାକୁ ଅନ୍ଧବିଶ୍ୱାସ ବୋଲି କହିଛନ୍ତି ପଠାଣୀ ସାମନ୍ତ ପ୍ଲାନେଟୋରିୟମରେ ଉପ ନିର୍ଦ୍ଦେଶକ । ଏହା କେବଳ ଏକ ବିଶ୍ୱାସ ମାତ୍ର । ଏନେଇ କୌଣସି ବିଜ୍ଞାନ ସମ୍ମତ କୌଣସି କାରଣ ନାହିଁ ବୋଲି କହିଛନ୍ତି ଶୁଭେନ୍ଦୁ ପଟ୍ଟନାୟକ । ଆଜି ରାତି ୧୦ଟା ୫୨ରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ । ଯାହା ରାତି ୧୨ଟା ୫୦ ସୁଦ୍ଧା ସଂପୂର୍ଣ୍ଣ ଛାଡିବ ବୋଲି ସେ ସୂଚନା ଦେଇଛନ୍ତି ।