ପାଜେରୋ ପରେ ନୂଆ ଅସ୍ତ୍ର ଧରି ସଂଜୟଙ୍କୁ ଟାର୍ଗେଟ୍ କଲେ ଲୁଲୁ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :   ସଂଜୟ ଦାସ ବର୍ମାଙ୍କୁ ପୁଣି ଲୁଲê ମହାପାତ୍ରଙ୍କ ଟାର୍ଗେଟ୍  । ୩ଟି ପ୍ରସଙ୍ଗରେ ପରୋକ୍ଷରେ ମନ୍ତ୍ରୀ ସଂଜୟ ଦାସ ବର୍ମା ଓ ସରକାରଙ୍କୁ ସେ ଟାର୍ଗେଟ୍ କରିଛନ୍ତି । ନୀଳାଚଳ ବିଲଡର ୨୦୦୪ ମସିହାରୁ ବେଆଇନ କୋଠା ନିର୍ମାଣ କରିଛି । ଦୁଇ ତିନ ତଳେ ବିଧାୟକ ଯୋଗେଶ ସିଂହ ଗୃହରେ ଏନେଇ ପ୍ରଶ୍ନ ଉଠାଇଥିଲେ । ନୀଳାଚଳ ବିଲଡର ମାଲିକଙ୍କ ବିରୋଧରେ ଫୌଜିଦାରୀ ମାମଲା ରୁଜୁ କରାଯିବ ବୋଲି ସରକାର ଉତର ରଖିଥିଲେ । କିନ୍ତୁ ଏଯାଏଁ କାହିଁକି ବେଆଇନ ନିର୍ମାଣ ଭଙ୍ଗାଯାଇନି ସେ ପ୍ରଶ୍ନ କରିଛନ୍ତି । ସେହିପରି ବରଗଡରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହେଉଥିବା ସେ ଅଭିଯୋଗ କରିଛନ୍ତି । ମଣ୍ଡିରୁ ଧାନ ସଂଗ୍ରହ ବେଳେ ଶହ ଶହ କୋଟିର ଦୁର୍ନୀତି ହେଉଥିବା ସେ କହିଛନ୍ତି ।ସେହିପରି ଭଦ୍ରକ ବରପଦା ଇଂଜିନିୟରିଂ କଲେଜର ଚେୟାରମ୍ୟାନ ଥିବା ଜଣେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ସହ ବିଭାଗୀୟ ମନ୍ତ୍ରୀ ମିଶି ହଜାର ହଜାର କୋଟିର ହରିଲୁଟ କରୁଥିବା ଲୁଲୁ ମହାପାତ୍ର ଅଭିଯୋଗ ଆଣିଛନ୍ତି ।