ଭୁବନେଶ୍ୱରରେ ଲୁଲୁଙ୍କ ପାର୍ଥିବ ଶରୀର : ଶେଷ ଦର୍ଶନ ପାଇଁ ବିମାନ ବନ୍ଦରରେ ଭିଡ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦିବଙ୍ଗତ ନେତାଙ୍କ ଚାଲିଛି ଶେଷ ଦର୍ଶନ । ସରକାରୀ ବାସଭବନରେ ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ମରଶରୀରର ଅନ୍ତିମ ଦର୍ଶନ କରୁଛନ୍ତି ହଜାର ହଜାର ସମର୍ଥକ । ଲୁଲୁଙ୍କ ଶେଷ ଦର୍ଶନ ପାଇଁ ହଜାର ହଜାର ଶୁଭେଚ୍ଛୁଙ୍କ ଭିଡ ଜମିଛି । ନେତା ଓ କର୍ମୀ ସମସ୍ତେ ପ୍ରିୟ ନେତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଂଜଳି ଦେଉଛନ୍ତି ।

ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ଦିଲ୍ଲୀ ବିମାନବନ୍ଦରରୁ ଇଣ୍ଡିଗୋ ବିମାନ ଯୋଗେ ଭୁବନେଶ୍ୱରରେ ପହଁଚିଥିଲା ଲୁଲୁଙ୍କ ପାର୍ଥିବ ଶରୀର । ଦିବଙ୍ଗତ ନେତାଙ୍କ ଶେଷ ଦର୍ଶନ ପାଇଁ ସାରା ଭୁବନେଶ୍ୱରରେ ଭିଡ଼ ଜମିଥିଲା । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଶୁଭେଚ୍ଛୁମାନେ ଅପେକ୍ଷା କରି ରହିଥିଲେ । ପରେ ବିମାନ ବନ୍ଦରରୁ ଲୁଲୁଙ୍କ ପାର୍ଥିବ ଶରୀରକୁ ପ୍ରଥମେ ତାଙ୍କ ସରକାରୀ ବାସଭବନକୁ ଅଣାଯାଇଛି ।

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶୁଭେଚ୍ଛୁ ଏବଂ ସମର୍ଥକଙ୍କ ଭିଡ଼ ଜମିଛି । ଆଜି ଭୁବନେଶ୍ୱରରେ ତାଙ୍କ ଅନ୍ତିମ ଦର୍ଶନ ପରେ ଆସନ୍ତାକାଲି ତାଙ୍କ ମରଶରୀରକୁ ରାଜ୍ୟ କଂଗ୍ରେସ ଭବନକୁ ଅଣାଯିବ । ପରେ ତାଙ୍କ ପୈତୃକ ଗ୍ରାମକୁ ଯିବ ଏହି ଦିବଙ୍ଗତ ନେତାଙ୍କ ମରଶରୀର ।