ପୁଣି ମୁହଁ ଖୋଲିଲେ ଲୁଲୁ: ନିଶାନାରେ ମନ୍ତ୍ରୀ ସଂଜୟଙ୍କ ପରିବାର

27

ପୁଣି ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର । ସିଧାସଳଖ ସଞ୍ଜୟ ଦାସବର୍ମାଙ୍କ ନାଁ ନେଇ ନଥିଲେ ବି ପରୋକ୍ଷରେ ସଂଜୟଙ୍କୁ ଟାର୍ଗେଟ କରିଛନ୍ତି ଲୁଲୁ । ପୂର୍ବରୁ  ସଂଜୟଙ୍କ ମାଲିକାନା ଥିବା ନୀଳାଚଳ ବିଲଡରର ବେଆଇନ ଟଙ୍କା କାରବାର ନେଇ ପ୍ରଶ୍ନ ଉଠାଇଛନ୍ତି ଲୁଲୁ । ଏକ ଏସବିଆଇ ଆକାଉଂଟ ଜରିଆରେ ନୀଳାଚଳ ବିଲଡର୍ସ ପାଖକୁ ମାତୃଭୂମି ଚିଟଫଣ୍ଡ ସଂସ୍ଥାରୁ କଳା ଟଙ୍କା ଆସିଥିବା ଲୁଲୁ ଅଭିଯୋଗ କରିଛନ୍ତି ।ଏହା ସହ ସୋନପୁର ଓ ବଲାଙ୍ଗିର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ଜମି କାରବାର ନେଇ ପ୍ରଶ୍ନ କରିଛନ୍ତି ଲୁଲୁ । ସେହିପରି କୃଷିବିଭାଗର ଅର୍ଥ ଆତ୍ମସାତ ନେଇ ମଧ୍ୟ ତଥ୍ୟ ରଖିଛନ୍ତି ।

ଅନ୍ୟପଟେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଇସ୍ତଫା ଦାବି ସହ “ନୀତି ଓ ନୈତିକତା’ ପ୍ରସଙ୍ଗ ଦିନକୁ ଦିନ ଜୋର ଧରୁଛି । ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନୈତିକତା ଉପରେ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ବିଜେଡି ତାଳରୁ ତଳିପା ପର୍ଯ୍ୟନ୍ତ ଦୁର୍ନୀତିରେ ବୁଡ଼ି ରହିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ସେପଟେ ବିଜେଡିଠାରୁ ନୈତିକତା ଆଶା କରିବା, ବୃଥା ବୋଲି କହିଛି ବିଜେପି । ଅନ୍ୟପଟେ ଅଭିଯୋଗ ଆଣୁଥିବା ଦଳଗୁଡ଼ିକ ନିଜର ପୂର୍ବକଥା ମନେ ପକାନ୍ତୁ ବୋଲି କହିଛି ବିଜେଡି ।