ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ପରଲୋକ

29

କନକ ବ୍ୟୁରୋ : ଗୁଡୁଗାଓଁ ମେଦାନ୍ତ ହସ୍ପିଟାଲରେ ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ଥିଲେ ।

ଲୁଲୁ ମହାପାତ୍ରଙ୍କୁ ଗତ ସେପ୍ଟେମ୍ବର ୨୧ରେ ଏୟାର ଆମ୍ବୁଲାନସ ଯୋଗେ ଭୁବନେଶ୍ୱରରୁ ଗୁରୁଗାଓଁ ନିଆଯାଇଥିଲା । ସେବେଠାରୁ ସେ ଚିକିତ୍ସାଧୀନ ଥିଲେ । ଗତକାଲି ସଂଧ୍ୟା ୭ଟା ପରଠାରୁ ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ଘଟିଥିଲା । ଡାକ୍ତରୀଦଳଙ୍କ ଶତ ଚେଷ୍ଟା ସତ୍ୱେ ତାଙ୍କୁ ବଂଚାଇବା ସଂଭବପର ହୋଇନଥିଲା ।

ଦେଖନ୍ତୁ ଏହି ଭିଡିଓ-