ସିନେମା ହଲ୍ ଭିତରକୁ ନେଇପାରିବେ ବାହାରୁ କିଣିଥିବା ଖାଦ୍ୟ ! ଅଟକାଇପାରିବେନି ହଲ୍ ମାଲିକ କିମ୍ବା ସଂଚାଳକ

ସିନେମା ହଲ୍ ଭିତରକୁ ନେଇପାରିବେ ବାହାରୁ କିଣିଥିବା ଖାଦ୍ୟ

311

ସିନେମାହଲ ଭିତରକୁ ଖାଇବା ପିଇବା ନେବା ଉପରେ କେହି ବାରଣ କରିପାରିବେ ନାହିଁ । ସିନେମାର ହଲ୍ ପରିସରରୁ ହିଁ ଜିନିଷ କିଣିବା ଅ ବାଧ୍ୟତାମୂଳକ ନୁହେଁ । ଆରଟିଆଇ ତଥ୍ୟରୁ ଏକଥା ସ୍ପଷ୍ଟ ହୋଇଛି । ଉତ୍ତରପ୍ରେଦେଶର ଜଣେ ବ୍ୟକ୍ତି ଏନେଇ ଆରଟିଆଇ ତଥ୍ୟ ମାଗିଥିଲେ । ଆରଟିଆଇ ସୂଚନା ଅନୁସାରେ ସିନେମାହଲ କିମ୍ବା ମଲ୍ଟିପ୍ଲେକ୍ସ ସଂଚାଳକଙ୍କ ପାଖରେ ଏପରି କୌଣସି ସ୍ୱତନ୍ତ୍ର ଅଧିକାର ନାହିଁ । ବାହାରୁ ଆଣିଥିବା ଖାଦ୍ୟପେୟ ଭିତରକୁ ନେବା ଉପରେ ରୋକ ଲଗାଇପାରିବେ ନାହିଁ କୌଣସି ସିନମା ହଲ ମାଲିକ ।

 

କେବଳ ଏତିକ ନୁହେଁ ଚଳଚ୍ଚିତ୍ର ନିୟମାବଳୀ ୧୯୫୧ ଅନ୍ତର୍ଗତ ଦିଆଯାଉଥିବା ଲାଇସେନ୍ସର ସର୍ତ୍ତ ଅନୁସାରେ ସିନେମା ହଲ ଭିତରକୁ କଫି, କ୍ଷୀର, ଥଣ୍ଡା ପାନୀୟ, କିମ୍ବା କୌଣସି ଖାଦ୍ୟ ସାମଗ୍ରୀ ବିକ୍ରୟ କରିବାର ଅନୁମତ ନାହିଁ । ସାଧାରଣତଃ ସିନେମାହଲ୍/ମଲ୍ଟିପ୍ଲେକ୍ସ ଭିତରକୁ ଦର୍ଶକ ବାହାରୁ କିଣିଥିବା ଜିନିଷକୁ ସୁରକ୍ଷା ଯାଂଚ ଆଡ଼ରେ ଛଡ଼ାଯାଏ ନାହିଁ । ଯେଉଁଥି ପାଇଁ ବାଧ୍ୟକତାମୂଳକ ଲୋକେ ସିନେମା ହଲ ପରିସରରେ ଥିବା ଷ୍ଟୋଲରୁ ହିଁ କିଣନ୍ତି ଖାଦ୍ୟ ସାମଗ୍ରୀ । ଏଠାରେ ଜିନିଷ ବାହାର ଅପେକ୍ଷା ଚଢ଼ା ମୂଲ୍ୟରେ ବିକ୍ରି ହୁଏ । ବେକାରରେ ଦର୍ଶକଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼େ । ଦୁଇଗୁଣା ଦାମରେ ଜିନିଷ କିଣିବା ପାଇଁ ବାଧ୍ୟ ହୁଅନ୍ତି ଦର୍ଶକ ।

ଗୋରଖପୁରର ଆଇଟିଆଇ କାର୍ଯ୍ୟକର୍ତା ବାଣିଜ୍ୟ କର ବିଭାଗ ଠାରୁ ଆଇଟିଆଇ ଅନୁସାରେ ତଥ୍ୟ ମାଗଥିଲେ । ତେବେ ଆଇଟିଆଇ ଉତ୍ତରରେ ସ୍ପଷ୍ଟ ଉତ୍ତର ମିଳିଛି ସିନେମା ହଲ ଭିତରକୁ କୌଣସି ବି ଖାଦ୍ୟସାମଗ୍ରୀ ଭିତରକୁ ନେଇପାରିବେ । ସିନେମା ହଲରେ ଖାଦ୍ୟସାମଗ୍ରୀ ଖୋଲାରେ ବକ୍ରି ହୁଏ । ଆ ଏହା ଉପରେ କୌଣସି ଏମଆରପି ଛପି ନଥାଏ । ଉତ୍ତରପ୍ରଦେଶ ସିନେମାଗାଟୋଗ୍ରାଫି ନିମୟାବଳୀ ୨୦୧୮ ଅନୁସାରେ ସିନେମାହଲ ମାଲିକ ବୋତଲ ବନ୍ଦ ପ୍ୟାକେଟରେ ହିଁ ସାମଗ୍ରୀ ବିକ୍ରି କରିପାରିବେ । ମନଇଚ୍ଛା ବିନା ଏମଆରପିର ଖାଦ୍ୟ ବିକ୍ରି ହୋଇପାରିବ ନାହିଁ ।

ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ଅନୁସାରେ ଖାଦ୍ୟପେୟ ସାମଗ୍ରୀ ବାହାରୁ ନେବା ଉପରେ ରୋକ ଲଗାଇବାର କୌଣସି ନିୟମ ନାହିଁ । ଜିନିଷ ନେବା ସମୟରେ ବିଲ୍ ନେବା ଜରୁରୀ । ସିନେମାଲ ସଂଚାଳକମାନେ ମଧ୍ୟ ଏହି ନିୟମ ପାଳନ କରିବା ଆବଶ୍ୟକ ।