ବୃନ୍ଦାବନର ବାକେବିହାରୀ ମନ୍ଦିରରେ ଅଘଟଣ ! ମନ୍ଦିର ଛାତରୁ ଖସିଲା ଟାଇଲ୍ , ୨ ଶ୍ରଦ୍ଧାଳୁ ଆହତ ।

82

ବୃନ୍ଦାବନର ଜଗତପ୍ରସିଦ୍ଧ ବାକେବିହାରୀ ମନ୍ଦିରରେ ଗତକାଲି ସନ୍ଧ୍ୟାରେ କବାଟରେ ଲାଗିଥିବା ଦୁଇଟି ଟାଇଲ୍ ଭୁଷୁଡି ପଡିବା ଫଳରେ ମନ୍ଦିରକୁ ଆସିଥିବା ଦୁଇଜଣ ଶ୍ରଦ୍ଧାଳୁ ଗମ୍ଭୀର ରୁପରେ ଆଘାତପ୍ରାପ୍ତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଜଣେ ଶ୍ରଦ୍ଧାଳୁଙ୍କୁ ଉପଚାର ହୋଇ ଘରକୁ ଅଣାଯାଇଥିବାବେଳେ ଅନ୍ୟଜଣେ ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି । ଘଟଣା ସମୟରେ ଭିଡ କମ୍ ଥିବାରୁ ସେତେଟା ବଡ ଦୂର୍ଘଟଣା ଘଟିନାହିଁ । ମନ୍ଦିର ପ୍ରବନ୍ଧକ ମୁନୀଶ୍ ଶର୍ମାଙ୍କ କହିବାନୁସାର,ଏହି ଘଟଣା ଶୁକ୍ରବାର ସନ୍ଧ୍ୟା ୬.୩୦ ସମୟରେ ଘଟିଥିଲା । ଏଥିରେ ଅନିଲ ଠାକୁର ନାମକ ଜଣେ ୧୮ ବର୍ଷର ଯୁବକ ନିଜ ବନ୍ଧୁ ୧୨ ବର୍ଷୀୟ କିଶୋର ଗଗନଙ୍କ ସହ ମନ୍ଦିର ଦର୍ଶନ ପାଇଁ ଆସିଥିଲେ । କିନ୍ତୁ ଦର୍ଶନ ସକାଶେ ଦୁହେଁ ଯେତେବେଳେ ମନ୍ଦିରର ଦ୍ୱିତୀୟ ଗେଟରେ ପ୍ରବେଶ କଲେ ଦୁହିଁଙ୍କ ମୁଣ୍ଡରେ ଟାଇଲ୍ ପଡିଯାଇଥିଲା ଏବଂ ଦୁହେଁ ଲହୁଲୁହାଣ ହୋଇ ଯାଇଥିଲେ । ସେ କହିଛନ୍ତି, ଗେଟରେ ଉପସ୍ଥିତ ଥିବା ଗାର୍ଡ ଏବଂ ସେବାୟତ ଦୁହିଁଙ୍କ ତକ୍ରାଳ ଡାକ୍ତରଖାନା ନେଇଗଲେ । ଯେଉଁଠି ଅନିଲଙ୍କୁ ଡାକ୍ତର ଘରକୁ ପଠାଇ ଦେଇଥିବା ବେଳେ ଗଗନ ଚିକିତ୍ସୀତ ହେଉଛନ୍ତି । ଦୁହିଁଙ୍କ ଅବସ୍ଥା ଏବେ ସ୍ଥିର ଥିବା କଥା କୁହାଯାଉଛି ।