ଲକ୍ଷ୍ନୌ ଗୁଳିକାଣ୍ଡକୁ ନେଇ ରାଜନୀତି ସରଗରମ: କୋଟିଏ ଟଙ୍କା କ୍ଷତିପୂରଣ ଦାବି ସହ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କଲେ ମୃତ ବିବେକ ତିୱାରୀଙ୍କ ପତ୍ନୀ

31

କନକ ବ୍ୟୁରୋ: ଲକ୍ଷ୍ନୌରେ ପୋଲିସ ଗୁଳିର ଶୀକାର ହୋଇଥିବା ଆପଲ କମ୍ପାନୀ ମ୍ୟାନେଜର ବିବେକ ତିୱାରୀଙ୍କ ଅନ୍ତିମ ସଂସ୍କାର ଆଜି ହୋଇଛି । ଅନ୍ତିମ ସଂସ୍କାର ସମୟରେ ୟୁପି ସରକାରର ୨ ଜଣ ମନ୍ତ୍ରୀ ଉପସ୍ଥିତ ଥିଲେ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ୨୫ ଲକ୍ଷ ସହାୟତା ଲାଗି ରାଜ୍ୟ ସରକାରଙ୍କ ଆଶ୍ୱସନା ସତ୍ୱେ ବିବେକଙ୍କ ପତ୍ନୀ କଳ୍ପନା ଏକ କୋଟି ଟାଙ୍କ ସହାୟତା ଦେବାକୁ ଦାବି କରିଛନ୍ତି । ସେ କହିଛନ୍ତି, ଏବେ ବି ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଏହି ଘଟଣା ପରେ ରାଜ୍ୟ ସରକାର ୨୫ ଲକ୍ଷର ସହାୟତା ସହ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ଦେବାକୁ ଘୋଷଣା କରିଛନ୍ତି । ତାସତ୍ୱେ ଥମିନି ଉତେଜନା । ଦିଲ୍ଲୀରେ ଏହି ଗୁଳିକାଣ୍ଡ ନେଇ ବରିଷ୍ଠ ବିଜେପି ନେତାଙ୍କ ଘନ ଘନ ବୈଠକ ବସିଛି । ଏଥିରେ ବିଜେପି ସଭାପତି ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ବରିଷ୍ଠ ନେତା ସାମିଲ ହୋଇଥିଲେ ।

ଶୁକ୍ରବାର ରାତିରେ ଲକ୍ଷ୍ନୌରେ ଗୋମତିନଗରରେ ଅଭାବନୀୟ କାଣ୍ଡ ଘଟିନଥିଲା । ଗାଡ଼ି ନଅଟକାଇବାରୁ ଆପଲ୍ କମ୍ପାନି ମ୍ୟାନେଜରଙ୍କୁ ଗୁଳି ମାରି ହତ୍ୟା କରିଥିଲେ କନେଷ୍ଟବଳ । ଏହି ମାମଲାରେ ୨ଜଣ ଅଭିଯୁକ୍ତ କନେଷ୍ଟବଳ ପ୍ରଶାନ୍ତ ଚୌଧୁରୀ ଓ ସନ୍ଦୀପଂକୁ ଗିରଫ କରାଯାଇଛି । ଅନ୍ୟପଟେ ଆବଶ୍ୟକ ହେଲେ ସିବିଆଇ ତଦନ୍ତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବିଳମ୍ବିତ ରାତିରେ ଆପଲ କମ୍ପାନିର ମ୍ୟାନେଜର ବିବେକ ତିୱାରି କାରରେ ଘରକୁ ଫେରୁଥିବାବେଳେ ପୁଲିସ କନେଷ୍ଟବଳ ଗୋମତି ନଗରରେ ତାଙ୍କୁ ଅଟକାଇଥିଲେ । ତେବେ ସେ ନଅଟକିବାରୁ କନେଷ୍ଟବଳ ତାଙ୍କ ଉପରେ ଗୁଳିମାଡ଼ କରିଥିଲେ ଓ ହସ୍ପିଟାଲରେ ବିବେକଙ୍କର ମୃତ୍ୟୁ ହୋଇଥିଲା