ବିବାହ ବନ୍ଧନରେ ବାନ୍ଧିହେଲେ ଯୋଗୀ ଆଦିତ୍ୟନାଥ । ହେଲେ ସତସତିକା ବିବାହ କରିନାହାନ୍ତି । ଯୋଗୀଙ୍କ ଫଟୋକୁ ବିବାହ କରିଛନ୍ତି ଜଣେ ମହିଳା । ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ଗୋରଖପୁର ମନ୍ଦିରର ମହନ୍ତ ମଧ୍ୟ ଅଛନ୍ତି । ଏବଂ ଏବେ ପର୍ଯ୍ୟନ୍ତ ସେ ଅବିବାହିତ ଅଛନ୍ତି । କିନ୍ତୁ ସୀତାପୁରରେ ଜଣେ ମହିଳା ଯୋଗୀ ଆଦିତ୍ୟନାତଙ୍କ ଫଟୋ ସହ ପୁରା ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଖୁବ ଧୁମଧାମରେ ଗୀତନାଚ ସହ ହୋଇଛି ବିବାହ । ବିବାହ ଉତ୍ସବରେ ଆସିଥିବା ଅତିଥିଙ୍କ ସ୍ୱାଗତରେ ମଧ୍ୟ କରାଯାଛି । ଭୋଜିଭାତ, ବାଜା ରୋଶଣିରେ ଅନୁଷ୍ଠିତ ହୋଇଥିଲା ବିବହା ଉତ୍ସବ ।

ଯୋଗୀଙ୍କ ଫଟୋକୁ ବିବାହ କଲେ ମହିଳା । ପ୍ରକୃତକଥା ହେଲା ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ ପାଇଁ ଏପରି ପଦକ୍ଷେପ ନେଇଛନ୍ତି । ବିଭିନ୍ନ ଦାବିକୁ ଉପସ୍ଥାପନ କରିବା ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତ ମାନେ ଏପରି କରିଛନ୍ତି । ବିରୋଧ ପ୍ରଦର୍ଶନ କରିବାର ଏକ ନୂଆ ଉପାୟ ଆପଣାଇଛନ୍ତି । ମହିଳା ଅଙ୍କନୱାଡ଼ି ସଂଘର ଜିଲ୍ଲାଧ୍ୟକ୍ଷ ନୀତୁ ସିଂ ଗତ ମଙ୍ଗଳବାର ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତକାଙ୍କ ବିଭିନ୍ନ ଦାବି ନେଇ ଯୋଗୀଙ୍କୁ ସାଙ୍କେତିକି ରୂପେ ବିବାହ କରିଛନ୍ତି ।

ନବବିବାହିତାଙ୍କ କହିବା ଅନୁସାରେ ସରକାର ତାଙ୍କ ଦାବି ଉପରେ ଧ୍ୟାନା ଦେଉନାହାନ୍ତି । ବିବାହ କଲେ କାଳେ ସରକାର ତାଙ୍କ ତାଙ୍କ ଅସୁବିଧା କଥା ବୁଝିବେ ଓ ତାଙ୍କ ଦାବି ଉପରେ ଧ୍ୟାନ ଦେବେ ସେଥିପାଇଁ ଏହି ବିବାହ ହୋଇଛି । ଯୋଗୀ ସରକାର ତାଙ୍କ ଦାବି ପୂରଣ କଲେ ୪ ଲକ୍ଷ କାର୍ଯ୍ୟକର୍ତ୍ତା ଉପକୃତ ହେବେ ବୋଲି ସେ କହିଛନ୍ତି । ଦାବି ପୂରଣ ପାଇଁ ସମୟ ମାଗିଥିଲେ ଯୋଗୀ କିନ୍ତୁ ଢ଼େର କିଛିି ଦିନ ବିତିଗଲା ପରେ ମଧ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ପାଇଁ କିଛି ପ୪କ୍ଷେପ ନେଲେ ନାହିଁ ।

ବିବାହ ପରେ କାଳେ ମହିଳାଙ୍କ ଅସୁବିଧା ବିଷୟରେ ଅବଗତ ହୋଇପାରିବେ ସେ ନେଇ ସେ ଏପରି କହିଛନ୍ତି । ଅନେକ ଦିନ ଧରି ବିରୋଧ ପ୍ରଦର୍ଶନ କରୁଥିବା ଅଙ୍ଗନୱାଡ଼ି କର୍ମୀ ଧାରଣାସ୍ଥଳରେ ଏକାଠି ହୋଇ ଏହି ବିବାହ ଉତ୍ସବ ଆୟୋଜନ କରିଥିଲେ । ଗତ ମଙ୍ଗଳବାର ଦିନ ମହିଳା ଅଙ୍ଗନୱାଡ଼ି କର୍ମଚାରୀ ସଂଘର ଜିଲ୍ଲାଧଧ୍ୟକ୍ଷ ନୀତୁ ସିଂ ସାଥୀ କର୍ମୀଙ୍କକୁ ଯୋଗୀଙ୍କ ପୋଷ୍ଟର ଲଗାଇ ପଗଡ଼ି ବାନ୍ଧି ବରଣମାଳା ପିନ୍ଧେଇଥିଲେ ଓ ବିବହା କରିଥିିଲେ । ତେବେ ନୀତୁଙ୍କ ଅଭିନବ ପ୍ରତିବାଦ ପରେ ତାଙ୍କ ଦାବି ପୁରଣ ହେ କି ନାହିଁ ସେକଥା ଆଗକୁ ଜଣାପଡ଼ିବ ।