ଶୋଇଥିବା ବେଳେ ଗଲା ଜାବନ : ଲକ୍ଷ୍ନୈା ରାତ୍ରୀ ଆଶ୍ରୟସ୍ଥଳୀ ଉପରେ ମାଡିଗଲା କାର

21

ଲକ୍ଷ୍ନୈା : ଲକ୍ଷ୍ନୈାରେ ଅଭାବନୀୟ କାଣ୍ଡ । ରାତିରେ ଶୋଇଥିଲେ ଶ୍ରମିକ । ଶୋଇଥିବା ଅବସ୍ଥାରେ ସେମାନଙ୍କ ଉପରେ ଚଢି ଯାଇଥିଲା କାର  । ଆଉ ସେହି ନିଦ ସେମାନଙ୍କର ଶେଷ ନିଦ ହୋଇଥିଲା । ଲକ୍ଷ୍ନୈା ଦାଲିବାଗ୍ ଅଂଚଳର ଘଟଣା । ରାତି ଆଶ୍ରୟ ସ୍ଥଳରେ ୫୦ରୁ ଅଧିକ ଶ୍ରମିକ ଶୋଇଥିଲେ । ବିଳମ୍ବିତ ରାତିରେ ସ୍ଥାନୀୟ ଅଂଚଳର ରାଜନେତା ତଥା ଜଣେ ପୂର୍ବତନ ବିଧାୟକଙ୍କ ପୁଅ ଓ ତାର ଜଣେ ସାଂଗ ଦ୍ରୁତ ଗତିରେ କାର ଚଳାଇ ଆଶ୍ରୟ ସ୍ଥଳ ଉପରେ ଚଢାଇ ଦେଇଥିଲେ ।

ନିଦରେ ଶୋଇଥିବା ଶ୍ରମିକ କିଛି ବୁଝିବା ପୂର୍ବରୁ କାର ସେମାନଙ୍କୁ ଚାପି ଦେଇଥିଲା । ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଦୁଇ ଯୁବକ ମଦ ନିଶାରେ ଚୁର ହୋଇ ଏଭଳି ଅଭାବନୀୟ ଦୁର୍ଘଟଣା ଘଟାଇଥିବା କହିଛନ୍ତି ସ୍ଥାନୀୟ ପୁଲିସ ଅଧିକାରୀ । ଦୁଇ ଅଭିଯୁକ୍ତ ବିବିଏ ଛାତ୍ର, ସେମାନଙ୍କ ବୟସ ୨୨ରୁ ୨୪ ବର୍ଷ ମଧ୍ୟରେ ବୋଲି କହିଛି ଲକ୍ଷ୍ନୈା ପୁଲିସ ଅଧିକାରୀ । ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ପଚରାଉଚରା କରୁଛି ।