ରୋଷେଇ ଘରେ ପହଞ୍ଚିଲା ଜିଏସଟିର ପ୍ରଭାବ ! ଘରୋଇ ସିଲିଣ୍ଡରରେ ୩୨ ଟଙ୍କା ମୂଲ୍ୟ ବୃଦ୍ଧି

19

୧ ଜୁଲାଇରୁ ଦେଶରେ ଜିଏସଟି ଲାଗୁ ହେବା ପରେ କିଛି ଜିନିଷର ମୂଲ୍ୟ କମ୍ ହୋଇଛି ତ ଅନେ କ ଜିନିଷରେ ଦାମ୍ ମଧ୍ୟ ବଢ଼ିଛି । କିନ୍ତୁ ଜିଏସଟି ଯୋଗୁଁ ମଧ୍ୟବିତ୍ତ ପରିବାରକୁ ପୁଣି ଏକ ଝଟକା ଲାଗିଛି । ଜିଏସଟି ଲାଗୁ ହେବା ପରେ ଘରୋର ସିଲଣ୍ଡରର ମୂଲ୍ୟ ବଢ଼ିଯାଇଛି । ଏବେ ଲୋକଙ୍କୁ ଏଲପିଜି ସିଲିଣ୍ଡର ନେବା ପାଇଁ ୩୨ ଟଙ୍କା ଅଧିକ ଖର୍ଚ୍ଚ କରିବା ପାଇଁ ପଡ଼ିବ । ଏହା ସବସିଡ଼ି ମୂଲ୍ୟରୁ ବଢ଼ିବ ।

ଇକୋନେମିକ୍ସ ଟାଇମ୍ସ ମୁତାବକ ଜିଏସଟି ଲାଗୁ ହେବା ପୂର୍ବରୁ ଅନେକ ରାଜ୍ୟକୁ ଏଲପିଜି ପାଇଁ ଟାକ୍ସ ଦେବାକୁ ପଡୁନଥିଲା । କିନ୍ତୁ ଏବେ ଏଲପିଜିକୁ ୫ ପ୍ରତିଶତ ସ୍ଲାବରେ ରଖାଯାଇଛି, ଏଥିଯୋଗୁଁ ଏହାର ମୂଲ୍ୟ ୧୨-୧୫ ଟଙ୍କା ପର୍ଯ୍ୟନ୍ତ ବଢ଼ୁଛି ।

ଏହାବ୍ୟତୀତ ଜୁନରୁ ହିଁ ଏଲପିଜିର ସବସିଡ଼ିରେ କିଛି ମୂଲ୍ୟ କମ୍ ହୋଇଥିଲା । ଉଦାହରଣ ସୁରୂପ ଯଦି ଜୁନ୍ ପର୍ଯ୍ୟନ୍ତ କାହା ପାଖକୁ ୧୧୯ ପର୍ଯ୍ୟନ୍ତ ସବସିଡ଼ି ଆସୁଛି ତେବେ, ଜିଏସଟି ଲାଗୁ ପରେ ଏବେ ତାଙ୍କୁୁ ୧୦୭ ଟଙ୍କା ହିଁ ସବସିଡ଼ି ରୂପରେ ମିଳିବ । ଏହାର ଅର୍ଥ ଜିଏସଟି ଓ ସବସିଡ଼ି କାରଣରୁ ସାଧାରଣ ଲୋକଙ୍କ ପକେଟରୁ ସିଧା ସିଧା ୩୦-୩୨ ଟଙ୍କା ଅଧିକ ଖର୍ଚ୍ଚ ହେବ ।

ଜିଏସଟି ଲାଗୁ ହେବା ପରେ କମର୍ସିଆଲ ଏଲପିଜି ସିଲିଣ୍ଡରରେ ୬୯ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ ହୋଇଛି । ଏହା ପୂର୍ବରୁ କମର୍ସିଆଲ ସିଲିଣ୍ଡରରେ ୨୨.୫ ପ୍ରତିଶତ ପର୍ଯ୍ୟନ୍ତ ଟାକ୍ସ ଲାଗୁଥିଲା କିନ୍ତୁ ଏବେ ଏହାକୁ ୧୮ ପ୍ରତିଶତ ସ୍ଲାବରେ ରଖାଯାଇଛି ଯାହାଦ୍ୱାରା କମର୍ସିଆଲ ଏଲପିଜି ସିଲିଣ୍ଡର ଉପରେ ମୂଲ୍ୟ ହ୍ରାସ ହୋଇଛି ।

                                                                    ସୌଜନ୍ୟ-ଆଜତକ୍.କମ୍