ତେଲ ପରେ ଏଲପିଜିର ତାତି ! ବଢିଲା ଗ୍ୟାସ ସିଲିଣ୍ଡର ମୂଲ୍ୟ ।

ଚଳିତ ମାସରେ ୨ୟ ଥର ପାଇଁ ଏଲପିଜି ସିଲିଣ୍ଡର ଦର ବଢିଛି ।

122

ଚଳିତ ମାସରେ ୨ୟ ଥର ପାଇଁ ଏଲପିଜି ସିଲିଣ୍ଡର ଦର ବଢିଛି । ସରକାର ଏଲପିଜି ଡିଲର କମିଶନ ବଢାଇବା କାରଣରୁ ସିଲିଣ୍ଡର ପିଛା ୨ଟଙ୍କା ବଢିଛି । ଏହା ଫଳରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ସବସୀଡିଯୁକ୍ତ ସିଲିଣ୍ଡରର ଦାମ ୫୦୭.୪୨ ଟଙ୍କାରେ ପହଞ୍ଚିଛି ।

ଏପଟେ ପେଟ୍ରୋଲ ଡିଜେଲ ଦାମ କିଛି ମାତ୍ରାରେ କମିଥିବା ବେଳେ ସେପଟେ ଲୋକଙ୍କ ପକେଟକୁ ମାଡ କରିଛି ଏଲପିଜି ଗ୍ୟାସ । ମୁମ୍ବାଇରେ ଏହା ୫୦୫.୦୫ ଟଙ୍କା ଓ ଚେନ୍ନାଇରେ ୫୦୫.୦୫ ଟଙ୍କାରେ ପହଞ୍ଚିଛି । ପୂର୍ବରୁ ୧୪.୨ କିଲୋଗ୍ରାମ ବିଶିଷ୍ଟ ସବସୀଡିଯୁକ୍ତ ସିଲିଣ୍ଡର ପାଇଁ ଡିଲର କମିଶନ ପୂର୍ବରୁ ଟ.୪୮.୮୯ ଟଙ୍କା ଥିଲା । ଏହା ଶେଷଥର ପାଇଁ ସେପ୍ଟେମ୍ବର ୨୦୧୭ରେ ସଂଶୋଧିତ ହୋଇଥିଲା । ଚଳିତ ମାସର ୧ ତାରିଖରେ ତେଲ କମ୍ପାନିମାନେ ଏଲପିଜି ସିଲିଣ୍ଡର ଦାମ ୨ଟଙ୍କା ୯୪ ପଇସା ବୃଦ୍ଧି କରିଥିଲେ । ଏହା ଫଳରେ ଦୁଇଥରରେ ଏଲପିଜି ସିଲିଣ୍ଡର ଦର ପ୍ରାୟ ୫ ଟଙ୍କା ବୃଦ୍ଧି ପାଇଛି । ଗତ ଜୁନମାସଠାରୁ ଏଲପିଜି ଦର ପ୍ରାୟ ପ୍ରତିମାସରେ ବଢିଚାଲିଛି । ଅନ୍ତର୍ଜାତୀୟ ବଜାରର ପ୍ରଭାବ ଓ ଜିଏସଟି ଟିକସ ଫଳରେ ଏହି ଦର ବୃଦ୍ଧି ହେଉଥିବା କୁହାଯାଉଛି ।