ଘରେ ଘରେ ପହଂଚିବ ରନ୍ଧନ ଗ୍ୟାସ୍ : ଦେଶର ୭ଟି ସହରରେ ପାଇପରେ ମିଳିବ ଏଲପିଜି

20

କନକ ବ୍ୟୁରୋ : ଘରେ ଘରେ ପହଂଚିବ ରନ୍ଧନ ଗ୍ୟାସ୍ । ପ୍ରଥମ ପର୍ଯ୍ୟାୟରେ ଦେଶର ୭ଟି ସହରରେ ପାଇପ ଯୋଗାଇ ଦିଆଯିବ ରନ୍ଧନ ଗ୍ୟାସ । ଏହାରି ଭିତରେ ରହିଛି ଓଡିଶାର ୨ଟି ସହର ଭୁବନେଶ୍ୱର ଓ କଟକ । ଏନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତି ନିଆଯାଇଛି । ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଉତରପ୍ରଦେଶ ଓ ଓଡିଶାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏଥିରେ ଅଛି ବିହାରର ପାଟଣା, ଝାଡଖଣ୍ଡର ଜାମସେଦପୁର ଓ ରାଂଚି, ଉତରପ୍ରଦେଶର ବନାରସ, ପଶ୍ଚିମବଙ୍ଗର କୋଲକାତା ଏବଂ ଓଡିଶାର ଭୁବନେଶ୍ୱର ଓ କଟକ । ଏଥିପାଇଁ ଖର୍ଚ ଦେବ ୧୯ ହଜାର କୋଟି । ଦୁଇରୁ ଅଢେଇ ବର୍ଷ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ତେବେ ପାଇପ୍ ଯୋଗେ ଗ୍ୟାସ ଯୋଗାଇବା ଯୋଜନାକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ମିଳିଛି।